www.samajalive.in
Monday, December 8, 2025
20.1 C
Bhubaneswar

ଜିଲ୍ଲା କିସ୍‍ ଅଭିଭାବକ ସଂଘର ବଦାନ୍ୟତା

ବରପାଲି : ବରଗଡ଼ ଜିଲ୍ଲା ସ୍ତରିୟ କିସ୍‍ ଅଭିଭାବକ ସଂଘ ଓ ଜିଲ୍ଲା ଆଦିବାସି ସଂଘ ପକ୍ଷରୁ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ କିସରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟକ୍ରମ ଉପକରଣ ମାନ ବିତରଣ ହୋଇଯାଇଛି। ବରପାଲି ବ୍ଲକର ରେମତା,ରକ୍ସା,ଗ୍ରିଣ୍ଡୋଲା,ମିର୍ଦ୍ଧାପାଲି,ଫୁଲାପାଲି, ଭଟିଗାଁ,ବଡ଼ଗାଁ, ବରପାଲି ସମେତ ବିଭିନ୍ନ ଗାଁର କିସ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ମାନ ବିତରଣ କରାଯାଇଥିଲା। ସେହିପରି ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାଗ୍ରହଣ ସମ୍ପର୍କରେ ପଚାରି ବୁଝିଥିଲେ। କାର୍ଯ୍ୟକ୍ରମରେ  ଜିଲ୍ଲା ଅଭିଭାବକ ସଂଘ ସଭାପତି କ୍ଷେମାନିଧି ନାଏକ,ସଂପାଦକ ତ୍ରିଲୋଚନ ଭୁଏ,ସଂଯୋଜକ ନିକାଶ ଷଢ଼ଙ୍ଗୀଙ୍କ ସମେତ ସତ୍ୟବାନ ବରିହା,ସଦାନନ୍ଦ ବାରିକ,ମାନଭଞ୍ଜନ ମିର୍ଦ୍ଦା,ତ୍ରିଲୋକ ବରିହା,ଉଜଲା ବରିହା,ଗିତାଞ୍ଜଳି ଧରୁଆ,ଝରାମଣୀ ଭୋଇ,ମନୋଜ ବୁଡ଼େକ,ଗଜିନ୍ଦ୍ର ବରିହା,ବିନୋଦିନୀ ନାଏକ,ଉମାକାନ୍ତ ମଲ୍ଲିଆ,ନିଲେଶ୍ୱର ଭୋଇ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହାୟତା କରିଥିଲେ। କରୋନା କାଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଳୟରୁ ସରକାରଙ୍କ ନିୟମନୁଯାୟୀ ବାଧ୍ୟ ହୋଇ ନିଜ ଘରେ ରହୁଥିବା ସମୟରେ ତାଙ୍କର ଉଚିତ ବ୍ୟବସ୍ଥା ସମ୍ପର୍କରେ ସଂଘ କର୍ମକର୍ତ୍ତା ମାନେ ଏହି ବଦାନ୍ୟତା ପୁର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରତି ୧୨ଟି ବ୍ଲକରେ ଜାରି ରଖିଥିବା ଜଣାପଡ଼ିଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories