www.samajalive.in
Monday, December 8, 2025
20.1 C
Bhubaneswar

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହର ଅନୁଧ୍ୟାନ କଲେ ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ଟିମ

ଆରଡି : ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ତଥା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନାର ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରାଯିବା ସହିତ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ ଦପ୍ତରକୁ ପଠାଯାଇଥିଲା । ତାହାସହ ରାଜ୍ୟ ସରକାରଙ୍କର ପକ୍ଷରୁ ସମଗ୍ର ପୀଠକୁ ନେଇ ପୂର୍ବରୁ ହୋଇଥିବା ମାଷ୍ଟରପ୍ଲାନ କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକ ଅନୁଯାୟୀ ଭିତ୍ତିଭୂମୀ ଯୋଗାଇଦେବା ନିମନ୍ତେ ଜିଲା ଓ ମନ୍ଦିର ପ୍ରଶାସନକୁ ଜଣାଯାଇଥିଲା ।

ଏପରି ପତ୍ର ପାଇବା ପରେ ପ୍ରଶାସନ ପକ୍ଷରୁ ମନ୍ଦିର ବେଢା ସମେତ ଚତୁଃପାର୍ଶ୍ବ, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସୌନ୍ଦର୍ୟ୍ୟକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୦ରୁ ଉର୍ଦ୍ଧ ଦୋକାନଗୃହ ଉଚ୍ଛେଦ କରାଯାଇଥିବା ବେଳେ ଆଗକୁ ବହୁ ଦୋକାନ ଗୃହ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରୀ ରହିଛି । ବିଶେଷକରି ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ ଚଟାଣରୁ ବର୍ଷାଦିନେ ପାଣିଝର ପଡିବା ଫଳରେ ବାବାଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯିବା ସହ ନୀତିକାନ୍ତିରେ ନାନା ସମସ୍ୟା ଦେଖାଦେଉଥିଲା । ତାହାସହ ମନ୍ଦିର ନାଟମଣ୍ଡପ, ମୁକ୍ତିମଣ୍ଡପ, ଗଣେଷମନ୍ଦିର, ଶ୍ରାବଣୀମଣ୍ଡପ ଆଦି ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଏହାର ସ୍ଥାୟୀ ମରାମତି ପାଇଁ ରାଜ୍ୟ ପ୍ରତ୍ନତ୍ତ୍ବତ୍ତ ବିଭାଗକୁ ଦାୟୀତ୍ବ ଦିଆଯିବା ପରେ ଆଜି ବିଭାଗ ପକ୍ଷରୁ ୨ଜଣିଆ ବୈଷୟିକ ଟିମ ପୀଠରେ ପହଁଚି ମନ୍ଦିର ମଧ୍ୟକୁ ଯାଇ ତନତନ କରି ଯାଞ୍ଚ କରିଥିଲେ। ତାସାସହ ବେଢାର ସୌନ୍ଦର୍ୟ୍ୟକରଣ ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories