www.samajalive.in
Sunday, December 7, 2025
15.1 C
Bhubaneswar

ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଆହତ କାରଣରୁ ଟ୍ବେଣ୍ଟି -୨୦ ସିରିଜରୁ ବାଦ୍ ପଡ଼ିଲେ ଜାଡ଼େଜା

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମସ୍ତ ଟ୍ବେଣ୍ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜାଡେଜାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଥିବା ଜଣାପଡ଼ିଛି।
ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚର ଫାଇନାଲ ଓଭରରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବଲ ରବୀନ୍ଦ୍ର ଜାଡେଜାଙ୍କ ହେଲମେଟରେ ଯାଇ ବାଜିଥିଲା। ବଲ୍ ହେଲମେଟରେ ବାଜିବା ପରେ ଇନିଂସ ଶେଷ ହେବା ମାତ୍ରେ ବିସିସିଆଇର ଡାକ୍ତରୀ ଦଳ ତାଙ୍କୁ ଚେକଅପ୍ ପାଇଁ ରଖିଥିଲେ। ଜାଡେଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଯାଇଥିଲା।

ସୂଚନା ଅନୁସାରେ, ହେଲମେଟ୍‌ରେ ବଲ୍‌ ମାଡ ହେବାରୁ ତାଙ୍କ ଜାଡେଜାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ଆଇସିସିର ଖେଳାଳି ବଦଳ (କନ୍‌କୁସନ୍‌) ନିୟମ ଅନୁଯାୟୀ ଜାଡେଜାଙ୍କ ସ୍ଥାନରେ ଚହଲ୍‌ଙ୍କୁ ଦଳରେ ସାମିଲ କରାଯାଇଥିଲା। ଏହି କନ୍‌କୁସନ୍‌ ନିୟମ ଭାରତ ପାଇଁ ଲାଭପ୍ରଦ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories