www.samajalive.in
Monday, December 8, 2025
20.1 C
Bhubaneswar

ନୂତନ ଭୋଟର ତାଲିକାକୁ ନେଇ ପ୍ରଶାସନର କସରତ

ଟିଟିଲାଗଡ଼ : ନୂତନ ଭୋଟର ତାଲିକା ପ୍ରସ୍ତୁତି ନେଇ ଟିଟିଲାଗଡ ଉପ ଜିଲାପାଳ ସୋମେଶ ଉପାଧ୍ୟାୟ ବୁଥ ଲେବୁଲ ଅଧିକାରୀଙ୍କ ସହ ଏକ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଉପଜିଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ୨୮,୨୯ ଓ ଆସନ୍ତା ୫ ସହ ୬ ତାରିଖରେ ଭୋଟର ତାଲିକା ସମ୍ପୁର୍ଣ୍ଣ ହେବ। ଆସନ୍ତା ଜାନୁୟାରୀ ୫ ସୁଦ୍ଧା ସମସ୍ତ ମୃତ ଭୋଟରଙ୍କୁ ବାଦ ଦିଆଯିବା ସହ ସମସ୍ତ ଭୋଟରଙ୍କ ଫଟୋ ତାଲିକାରେ ସ୍ଥାନିତ ହେବ। ବୈଠକରେ ଉପସ୍ଥିତ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁନ୍ତଲା, ଗୁଡଭେଲା ତଥା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବୁଥ ସୁପରଭାଇଜର, ବୁଥ ଲେବୁଲ ଅଧି୍କାରୀ ଏନେଇ ବିଶେଷ କରି ଦାଦନ ଶ୍ରମିକଙ୍କ ଫଟୋ ମିଳୁ ନଥିବା, ଅନେକ ପରିବାର ଘରେ ଉପସ୍ଥିତ ନଥିବା ଅଭିଯୋଗ କରିଥିଲେ। ଏନେଇ ମୋବାଇଲ ହ୍ୱାଟ୍ସଏପ ମାଧ୍ୟମରେ ଭୋଟରଙ୍କ ଫଟୋ ଆଣିବାକୁ ଉଦ୍ୟମ କରିବାକୁ ଉପ ଜିଲାପାଳ ପରାମର୍ଶ ଦେଇଥିଲେ। ଆସନ୍ତା ଶୁକ୍ରବାର ଏନେଇ ପୁଣି ଥରେ ବୈଠକ ହେବ ବୋଲି ଜଣାଇଥିଲେ। ବୈଠକରେ ଟିଟିଲାଗଡ ଜିପିଇଓ ଦାମ୍ବୋଦର ଦାଶ, ସଇଁନ୍ତଲା ଜିପିଇଓ ଲକ୍ଷ୍ମଣ ପ୍ରଧାନ, ଗୁଡଭେଲା ଜିପିଇଓ ହିମାଂଶୁ ମିଶ୍ର ସମେତ ୩ ବ୍ଲକର ଅଙ୍ଗନବାଡି ସୁପରଭାଇଜର, ବୁଥ ଲେବୁଲ ଅଧିକାରୀ ସାମିଲ ହୋଇଥିଲେ। ତେବେ କରୋନା ସମୟରେ ସନ୍ଧ୍ୟା ୬ଟାରେ ଉପଜିଲାପାଳ ବୈଠକ ଡାକିବା ନେଇ ଦୂରଦୂରାନ୍ତରୁ ପହଞ୍ଚିଥିବା ମହିଳା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories