www.samajalive.in
Monday, December 8, 2025
20.1 C
Bhubaneswar

କଟା ଅଙ୍ଗୁଳିକୁ ପକେଟରେ ରଖି ଅପେକ୍ଷା କଲେ ପୀଡ଼ିତ, ଦେଢ଼ଘଣ୍ଟା ପରେ ହେଲା ଚିକିତ୍ସା

ଦେଶରେ ଚିକିତ୍ସା ବ୍ୟବସ୍ଥା କେତେ ଅବ୍ୟବସ୍ଥିତ ତାହା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଏକ ଘଟଣାରୁ। ଜଣେ ବ୍ୟକ୍ତି ନିଜର କଟା ଅଙ୍ଗୁଳିକୁ ପକେଟରେ ରଖି ଡାକ୍ତରଖାନାରେ ଅପେକ୍ଷା କଲେ। କିନ୍ତୁ ଚିକିତ୍ସା ପାଇଁ ଡାକ୍ତର ମିଳିଲେ ନାହିଁ। ପ୍ରାୟ ଦେଢ଼ ଘଣ୍ଟା ପରେ ଡାକ୍ତର ଆସିବାରୁ ଚିକିତ୍ସା ହୋଇପାରିଥିଲା।

ସୂଚନା ଅନୁସାରେ, ମୁଜଫ୍ଫରନଗର ଅନ୍ତର୍ଗତ ଥାନାଭବନ ଅଞ୍ଚଳର ଲତୀବଗଡ଼ ନିବାସୀ ସେଠ୍‌ ପାଲ୍‌ଙ୍କୁ ତାଙ୍କ ଭଣଜା ଖଣ୍ଡାରେ ଆକ୍ରମଣ କରିଥିଲେ। ଭଣଜା ଓ ତାଙ୍କର ୨ ସହଯୋଗୀଙ୍କ ଏହି ଆକ୍ରମଣରେ ସେଠ୍‌ ପାଲ୍‌ଙ୍କ ଡାହାଣ ହାତର ୩ଟି ଅଙ୍ଗୁଳି କଟିଯାଇଥିଲା। ସେ ତୁରନ୍ତ ନିଜର କଟା ଅଙ୍ଗୁଳି ଧରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଥିଲେ। ସେତେବେଳକୁ ରାତି ୧୨ଟା ହୋଇଥିଲା।

- Advertisement -

କିନ୍ତୁ ଉକ୍ତ ସରକାରୀ ଡାକ୍ତରଖାନାରେ କୌଣସି ଡାକ୍ତର ନ ଥିଲେ। ଉପସ୍ଥିତ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କୁ ୨୦ ମିନିଟ୍‌ ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ସେଠ୍‌ ପାଲ୍‌ ଦେଢ଼ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଅପେକ୍ଷା କରିଥିଲେ। ଏହା ପରେ ଯାଇ ଜଣେ ଡାକ୍ତର ଆସିଥିଲେ। ତା’ପରେ ତାଙ୍କୁ ଚିକିତ୍ସା ମିଳିଥିଲା।

ଡାକ୍ତରଖାନାର ସିଏମଓ ବୀର ବାହାଦୁର ଢାକା କହିଛନ୍ତି ଯେ, ରାତି ସମୟରେ ଡାକ୍ତର ଡ୍ୟୁଟିରେ ନ ଥିବା ସୂଚନା ମିଳିଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପଟେ ଚିକିତ୍ସା ପରେ ସେଠ୍‌ ପାଲ୍‌ ଥାନାରେ ପହଞ୍ଚି ଭଣଜା ଓ ତା’ର ସହଯୋଗୀମାନଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେଠ୍‌ ପାଲ୍‌ ଭଣଜାକୁ ଘାସ କାଟିବାକୁ କହିଥିଲେ। ସେ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories