www.samajalive.in
Monday, December 8, 2025
20.1 C
Bhubaneswar

କଟକରୁ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ଗଠନ ହେବ ୧୦ଟି ସ୍କ୍ବାଡ୍‌

କଟକ : କଟକରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି। କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି। ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ନକଲି ଖାଦ୍ୟ ସାମଗ୍ରୀ ବିପୁଳ ପରିମାଣରେ ଜବତ ହୋଇଛି। ଯାହା କଟକ ଜିଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଏହାରି ମଧ୍ୟରେ କଟକ ଜିଲା ପ୍ରଶାସନ ପକ୍ଷରୁ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ନକଲି ସାମଗ୍ରୀର କାରବାର ରୋକିବା ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ୧୦ଟି ସ୍କ୍ବାଡ୍‌ ଖୁବ୍‌ ଶିଘ୍ର ଗଠନ କରାଯିବ । ୧୦ଟି ସ୍କ୍ବାଡ୍‌ ମଧ୍ୟରୁ  ୪ଟି ସ୍କ୍ବାଡ୍‌ କଟକ ପୌରାଞ୍ଚଳ( ସିଏମସି) ଓ ଗ୍ରାମାଞ୍ଚଳ ପାଇଁ ୬ଟି ସ୍କ୍ବାଡ୍‌ ଗଠନ ହେବ ବୋଲି ଜିଲା ପ୍ରଶାସନର ସୂଚନା ମିଳିଛି। ଏଥି ସହିତ ଗତ କିଛିଦିନରେ ଚଢ଼ାଉ ହୋଇଥିବା ୧୬ କମ୍ପାନିରୁ ୩ଟିର ନମୁନାରେ ବିଷାକ୍ତ ରାସାୟନିକ ରହିଥିବା ଜଣାପଡିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳରୁ ବିଗତ କିଛି ଦିନ ମଧ୍ୟରେ ପୁଲିସ ଚଢାଉ କରି ବିପୁଳ ପରିମାଣର ନକଲି ଖାଦ୍ୟ ସାମଗ୍ରୀ ଜବତ କରିଥିଲା। ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ବିପୁଳ ପରିମାଣରେ ଜବତ କରାଯାଇଥିଲା। ବିଭିନ୍ନ ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ କରି ଭେଜାଲ ସାମଗ୍ରୀ ପସ୍ତୁତ କରାଯାଇ ନାମୀଦାମୀ କମ୍ପାନୀର ଲୋଗୋ ଲଗାଇ ବଜାରରେ ବିକ୍ରି କରୁଥିଲେ ଅସାଧୁ ବ୍ୟବସାୟୀ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories