www.samajalive.in
Monday, December 8, 2025
27.1 C
Bhubaneswar

କୃଷକ ନେତାଙ୍କ ରୋକଠୋକ ଜବାବ, ଜୋରଦାର କରିବୁ ଆନ୍ଦୋଳନ

ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଚାଲିଥିବା କୃଷକ ଓ ସରକାରଙ୍କ ମଧ୍ୟରେ ୩ୟ ବୈଠକ ପରେ କୌଣସି ପରିସ୍ଥିତିରେ ଆନ୍ଦୋଳନ ବନ୍ଦ ହେବ ନାହିଁ ବରଂ ଆହୁରି ତୀବ୍ରତର ହେବ ବୋଲି କୃଷକ ନେତାମାନେ କହିଛନ୍ତି। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟଧରି ବୈଠକ ପରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସନ୍ତାକାଲିର ବୈଠକ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବୈଠକରେ ଅଂଶଗ୍ରହଣ କରିଥିବା କୃଷକ ସଂଗଠନ ନେତାମାନେ କହିଛନ୍ତି ଯେ ବିଲ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଆଜି ବୈଠକରେ କୃଷକ ସଂଗଠନ ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ କରି ଛୋଟ ଛୋଟ କମିଟି ଗଠନ ପ୍ରସ୍ତାବକୁ କୃଷକ ସଂଗଠନ ଖାରଜ କରିବା ସହ ଡିସେମ୍ବର ୩ରେ ହେବାକୁ ଥିବା ବୈଠକରେ ଅଧିକ କୃଷକ ସଂଗଠନ ପ୍ରତିନିଧି ସାମିଲ ହେବେ ବୋଲି କହିଛନ୍ତି। ଡିସେମ୍ବର ୩ରେ ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ୪ର୍ଥ ବୈଠକ ଅନୁଷ୍ଠିତ ହେବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories