www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟର ୩୦ ହଜାର ସ୍ଥାନରେ ଦିଆଯିବ କରୋନା ଟିକା

ଭୁବନେଶ୍ଵର : ରାଜ୍ୟରେ କରୋନା ଟିକାକରଣ ଯୋଜନା ଚୂଡାନ୍ତ ହୋଇଛି। ରାଜ୍ୟ ସରକାର ଟିକାକରଣ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟୀକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ କରୋନା ଟିକା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟ ଶାସନ ସଚିବ କହିଛନ୍ତି ରାଜ୍ୟର କୋଭିଡ ସ୍ଥିତି ଓ ଟିକା ଆବଶ୍ୟକତା ନେଇ ଆଲୋଚନା ରାଜ୍ୟରେ ଟିକାର ସଂରକ୍ଷଣ ଓ ପରିବହନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ହୋଇଛି ।

ମୁଖ୍ୟ ଶାସନ ସଚିବ କହିଛନ୍ତି କୋଭିଡ୍ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଟିକା ପ୍ରଦାନ ନେଇ ଓଡ଼ିଶାରେ ତାଲିକା ପ୍ରସ୍ତୁତ ହୋଇସାରିଛି । ଟୀକାକରଣ ପାଇଁ ରାଜ୍ୟରେ ୩୦ ହଜାର ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ଟୀକାକରଣ ପାଇଁ ୮ ହଜାର ୩ଶହ ଜଣ କର୍ମଚାରୀ ତାଲିକାଭୁକ୍ତ ହୋଇଛନ୍ତି। ଏଥିପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ କମିଟି ବୈଠକ ହୋଇଛି । ଜିଲ୍ଲା ଟାକ୍ସ ଫୋର୍ସ କମିଟିର ବୈଠକ ସଂପୃକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି । ସେହିପରି ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଟାକ୍ସ ଫୋର୍ସ କମିଟି ଗଠନ କରାଯାଇଛି । ଏହା ସହ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍ କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

- Advertisement -

ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ଏଥି ସହିତ ବୟସ୍କ, ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ପ୍ରଥମେ ମିଳିବ ଟିକା ପ୍ରଦାନ ପାଇଁ ଗୁରୁତ୍ଵ ଦିଆଯାଇଛି।  ସେହିପରି ଟିକାର ସଂରକ୍ଷଣ ଓ ପରିବହନ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । କ୍ୟାବିନେଟ୍ ସଚିବଙ୍କ ପ୍ରସ୍ତୁତି ବୈଠକରେ ଆଡିସିନାଲ ଚିଫ୍ ସେକ୍ରେଟାରୀ ହେଲଥ୍ ଆଣ୍ଡ ଫେମିଲି ୱେଲଫେୟାର ଓ ଏସଆରସି ମଧ୍ୟ ଉପସ୍ଥିତ ଥିଲେ ।

 

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories