www.samajalive.in
Sunday, December 7, 2025
23.1 C
Bhubaneswar

ରାଜରାଜେଶ୍ୱର ବେଶରେ ଅଟ୍ଟାଳି ଜଗନ୍ନାଥ

ଆଠଗଡ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବ। ଏହି ବେଶ ପାଇଁ ସାଧାରଣତଃ ହୀରା, ନୀଳା ଖଚିତ ସ୍ୱର୍ଣ୍ଣ ଅଳଙ୍କାର ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି କରାଯାଇଥାଏ। ରାଜାମାନଙ୍କର ରାଜା ହୋଇଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଜା ପିନ୍ଧୁଥିବା ସ୍ୱର୍ଣ୍ଣ ଅଳଙ୍କାରଠାରୁ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ତାଠାରୁ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ ବୋଲି କଥିତ ଅଛି। ତେବେ ଏହି ପରମ୍ପରାକୁ ବଜାୟ ରଖିବା ଲାଗି ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଆଜି କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା ସହ ସ୍ୱତନ୍ତ୍ର ନୀତିକାନ୍ତି ସଂପନ୍ନ ହୋଇଥିଲା। ପ୍ରତ୍ୟୁଷରେ ପହଡ ଖୋଲା ନୀତି ପରେ ପରେ ମଙ୍ଗଳ ଆଳତୀ, ମଇଲମ ଲାଗି, ତଡପ ଲାଗି ଓ ଅବକାଶ ନୀତି ବଡପଣ୍ଡା ଶରତ କୁମାର ପଣ୍ଡାଙ୍କ ଦ୍ୱାରା ସଂପନ୍ନ ହୋଇଥିଲା। ତଦ୍‍ପରେ ଶ୍ରୀ ଜୀଉଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଇ ସାଧାରଣ ଦର୍ଶନ ପାଇଁ ଦ୍ୱାର ଉନ୍ମୁକ୍ତ କରାଯାଇଥିଲା। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର, ପୂଜକ ସୁଶାନ୍ତ ପଣ୍ଡା, ସ୍ୱାଗତ କୁମାର ପଣ୍ଡା, ସେବାୟତ ଆକୁଳ ରଣା ଓ ରବି ହରିଚନ୍ଦନ ପ୍ରମୁଖ ନୀତିକାନ୍ତି ସଂପନ୍ନ କରିବାରେ ସହଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories