www.samajalive.in
Thursday, December 11, 2025
27.1 C
Bhubaneswar

କାର୍ତ୍ତିକ ଭସାଣୀ କଟକଣା ଫୁ…

ଟିଟିଲାଗଡ଼:ପ୍ରାକୃତିକ ଜଳଉତ୍ସ ପୋଖରୀ, ନଦୀ, ବନ୍ଧ, ନାଳ ଗୁଡିକ ଉପରେ ସାଧାରଣ ଜନତା ନିର୍ଭର କରୁଥିବା ବେଳେ ଜଳ ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସମୟରେ ସରକାର ତଥା ସାମାଜିକ ସଂଗଠନ ଲୋକଙ୍କୁ ସତର୍କ ତଥା ସଚେତନ କରିଥାନ୍ତି। ହେଲେ ଜାଣିଶୁଣି କିଛି ଲୋକ ସତର୍କତା ପାଳନ ନକରିବା ବିପଦ ସୃଷ୍ଟି କରୁଛି। ବିଶେଷ କରି ନଦୀ, ପୋଖରୀରେ ମୁର୍ତ୍ତି ବିସର୍ଜନ, ଅଳିଆ ଫିଙ୍ଗିବା, ବାସି ଫୁଲ, ବେଲ ପତ୍ର ଫିଙ୍ଗିବା କିଛି ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି। ଏପରିପ୍ରେକ୍ଷୀରେ କାର୍ତ୍ତିକ ପର୍ବ ଅବସରରେ ସାମୁହିକ ଭାବରେ ହଜାର ହଜାର ଲୋକ ବୁଡ ପକାଉଥିବା ବେଳେ ଜଳଉତ୍ସ ବ୍ୟାପକ ଭାବରେ ପ୍ରଦୂଷିତ ହୋଇଛି। ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ ତଥା ରାଜ୍ୟ ସରକାରଙ୍କ ଗାଇଡଲାଇନ ମୁତାବକ ତାଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶରେ ଜଳ ଉତ୍ସରେ ଡଙ୍ଗା ଆଦି ଭସାଣୀ ତଥା ମୂର୍ତ୍ତି ବିସର୍ଜନ ନେଇ ନିଷେଧାଦେଶ ଜାରି କରିଥିଲେ। ଏନେଇ ଉପଖଣ୍ଡର ସମସ୍ତ ଥାନା ଅଧିକାରୀଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଟିଟିଲାଗଡ ସହରର ବିଭିନ୍ନ ପୋଖରୀ ସହ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଖରୀ କେମିକାଲ ପ୍ରଲେପ ଦିଆ ଡଙ୍ଗା ଆଦିରେ ପୁର୍ଣ୍ଣ ହୋଇଯାଇଥିବା ଅଭିଯୋଗ ହୋଇଛି। କୁମୁଡା ପାହାଡ ପାଦ ଦେଶରେ ଥିବା ମନୋରମ ଦେବନ୍ଧ ସାଗର ମଧ୍ୟ ଏଥିରୁ ବାଦ ପଡିନି। ହଜାର ହଜାର ସଂଖ୍ୟାରେ ଡଙ୍ଗା ଭାସୁଥିବା ପରିବେଶବିତ ମହଲକୁ ବ୍ୟଥିତ କରିଛି। ପୋଖରୀ ଜଳ ବାହାରୁ ଆସୁଥିବା ପର୍ଯ୍ୟଟକ ତଥା ସ୍ଥାନୀୟ ସାଧାରଣ ଜନତା ବ୍ୟବହାର କରୁଥିବା ନେଇ ତୁରନ୍ତ ଏହାର ସଫେଇ କାର୍ଯ୍ୟ କରିବାକୁ ଦାବି ହୋଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories