www.samajalive.in
Thursday, December 11, 2025
27.1 C
Bhubaneswar

ପବିତ୍ର ରାହସ ପୂର୍ଣ୍ଣିମା : ଦୁର୍ଲଭ ହରଗୈାରୀ ବେଶରେ ଝଟକିଲେ ଆଖଣ୍ଡଳମଣି

ଆରଡି: ପବିତ୍ର ରାହସ ପୂର୍ଣ୍ଣିମା ଅବସରରେ ସୋମବାର ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି। ବିଶେଷକରି ମଣିବାବାଙ୍କ ଦୁର୍ଲଭ ହରଗୈାରୀ ବେଶ ଅପରାହ୍ଣ ୫ଟାରେ ସମ୍ପନ୍ନ ହେବା ପରେ ଅନ୍ୟାନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାମାରୀ କରୋନା ପାଇଁ ପୀଠରେ କଟକଣା ଜାରି ରହିଥିବା ବେଳେ ପୀଠରେ ପଞ୍ଚୁକ ପାଇଁ ୧୪୪ ଧାରା ଜାରି କରାଯାଇଥିଲା। ଯେପରି କୈାଣସି ସ୍ଥାନରେ ଭିଡ ନଜମିବ ସେଥିପାଇଁ ଜିଲା ପୁଲିସ ସମେତ ଧୁଷୁରୀ ପୁଲିସ ଓ ଆରଡି ଫାଣ୍ଡି ପକ୍ଷରୁ ବ୍ୟାପକ ପୁଲିସ ମୃତ୍ୟୟନ କରାଯାଇଥିଲା ପୀଠରେ।

ମନ୍ଦିରର ଦୈନଦିନ ନୀତିନିର୍ଘ୍ୟଣ୍ଟ ଅନୁଯାୟୀ ରାତ୍ର ସାଢେ ୪ଟାରେ ମନ୍ଦିର ଦ୍ୱାର ଫିଟା ହେବା ପରେ ଅନୁଷ୍ଠିତ ହୋଇଥିଲା ରାହସ ପୂର୍ଣ୍ଣିମାର ନୀତିକାନ୍ତି। ପହିଲି ନୀତିକାନ୍ତି ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି କରାଯିବା ସହିତ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହୁଲୁ ବାଲ୍ୟଭୋଗ ଓ ଖେଚୁଡି ନୀତି(ବଢାଭାତ)ଲାଗି କରାଯାଇଥିଲା। ଦିବା ୧ଟା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ମଣିବାବାଙ୍କୁ ପଞ୍ଚୁକ ନୀତି ଅବସରରେ ପଞ୍ଚାନନ ବେଶ କରାଯାଇ ବଡନୀତିଭୋଗ ଲାଗି କରାଯାଇ ଏକଘଣ୍ଟା ଅବକାଶନୀତି(ଶୟନ) କରାଯାଇଥିଲା। ସେହିପରି ବିଧିବିଧାନ ଅନୁଯାୟୀ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ବିଭିନ୍ନ ଅଳଙ୍କାର ସମେତ ଫୁଲ, ଚନ୍ଦନ, ବେଲ୍ୱପତ୍ର ଆଦିରେ ଆଖଣ୍ଡଳମଣିଙ୍କୁ “ହର” ଓ ମାତା ପାର୍ବତୀଙ୍କୁ “ଗୈାରୀ” ବେଶରେ ସଜ୍ଜିତ କରାଯିବା ପରେ ଦୁର୍ଲଭ ହରଗୈାରୀ ବେଶରେ ସଜ୍ଜିତ କରାଯାଇଥିଲା। ମଣିବାବାଙ୍କର ଏହି ‘ହରଗୈାରୀ’ ବେଶ ବର୍ଷକରେ ଥରେ ହୋଇଥିବାରୁ ହରଗୈାରୀଙ୍କ ଯୁଗଳ ମୂର୍ତ୍ତୀ ଏହି ଦିନରେ ଭକ୍ତମାନେ ଦର୍ଶନ କରିଥାନ୍ତି। ହେଲେ କୋଭିଡ କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories