www.samajalive.in
Monday, December 8, 2025
20.1 C
Bhubaneswar

ଏଲ୍ଏଣ୍ଡଏସ୍ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର

ବଲାଙ୍ଗିର : ବଲାଙ୍ଗିର ସହରର ସର୍ବ ପୁରାତନ ଲିଟେରେରି ଏଣ୍ଡ ସୋସିଏଲ କ୍ଲବ। ଶହେ ବର୍ଷରୁ ଉର୍ଦ୍ଧ ହୋଇ ସାରିଥିବା ଏହି କ୍ଲବର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ସୁରକ୍ଷିତ ରଖିବା ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ ରାଶି ମଞ୍ଜୁର ହୋଇଛି।

ପୁରାତନ ଐତିହ୍ୟ, ସ୍ଥାପତ୍ୟ, ସଂସ୍କୃତିର ସୁରକ୍ଷା ପାଇଁ କାମ କରୁଥିବା ସଂସ୍ଥା ଇନ୍ଟେକ୍, ବଲାଙ୍ଗିର ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ ଦେଇଥିଲା। ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ ସହ ସହ ଆଗାମୀ ପୀଢି ପାଇଁ ଯେପରି ଏହି ସର୍ବ ପୁରାତନ କ୍ଲବ ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତିର ବାର୍ତ୍ତାବାହକ ହେବ। ଆଉ ଏହାର ସୁରକ୍ଷା କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରାଯାଇଥିଲା। ଏଲ୍ଏଣ୍ଡଏସ୍ କ୍ଲବକୁ ଇନ୍ଟେକ୍ ଓଡିଶା ଚେପ୍ଟରର ନିର୍ଦ୍ଦେଶକ ମଲ୍ଲିକା ମିତ୍ର ଦୁଇ ଜଣ ଯନ୍ତ୍ରୀ ତଥା ବଲାଙ୍ଗିର ଚେପ୍ଟର ସଭାପତି ଶିବ ନନ୍ଦ, ଏଲ୍ଏଣ୍ଡଏସ୍ କ୍ଲବର ସଭ୍ୟମାନଙ୍କ ସହ ପରିଦର୍ଶନ କରିଥିଲେ। ଆଗାମୀ ଦିନରେ ଏହାର ସୁରକ୍ଷା ହେବା ସହ ଲୋକେ କିପରି ଏହାର ଲାଭ ଉଠାଇ ପାରିବେ ସେ ଉପରେ ଏକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବହୁ ପୁରାତନ ଏହି କ୍ଲବରେ ଏକ ବହୁତ ପୁରାତନ ତଥା ସମୃଦ୍ଧ ଲାଇବ୍ରେରୀ ସହ ବିଲିୟାଡ୍, ଲନ୍ଟେନିସ, ବୋର୍ଡ ଗେମ ତଥା ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ସେ ସବୁ ଯେମିତି ଆଗାମୀ ଦିନରେ ମଧ୍ୟ ଠିକ୍ ହିସାବରେ ଚାଲି ପାରିବ ସେ ଦିଗରେ ମଧ୍ୟ ଉଦ୍ୟମ ହେବ। ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଏହି ପ୍ରକଳ୍ପ ମଞ୍ଜୁରୀ ପାଇ ସାରିଥିବା ସ୍ଥଳେ ବର୍ତ୍ତମାନ ପ୍ରକଳ୍ପ କାମ ଆରମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟ ୫୦ଲକ୍ଷ ମଞ୍ଜୁର ହୋଇଛି। ପରେ ପୁଣି ୫୦ଲକ୍ଷରୁ ଉଦ୍ଧ୍ୱ ଟଙ୍କା ଆସିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories