www.samajalive.in
Monday, December 8, 2025
20.1 C
Bhubaneswar

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଏକାଠି କାର୍ଯ୍ୟ କରିବେ ଭାରତ ଓ ବ୍ରିଟେନ୍‍

ଭାରତ ଓ ବ୍ରିଟେନ୍‍ କରୋନା ପରବର୍ତ୍ତୀ ଓ ବ୍ରେକ୍ସିଟ୍‍ ପରବର୍ତ୍ତୀ ସମୟରେ ଭାଗିଦାରୀ ସମ୍ପର୍କ ବୃଦ୍ଧି କରିବା ବିଷୟ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଦୁଇ ନେତା କରୋନା ଯୋଗୁଁ ଉପୁଜିଥିବା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ପ୍ରତିଷେଧକର ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ସେମାନେ ସମୀକ୍ଷା କରିଛନ୍ତି। ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ ଗବେଷଣା, ପେସାଦାର ଓ ଛାତ୍ରଛାତ୍ରୀମାନଙ୍କର ଚଳନ ଓ ପ୍ରତିରକ୍ଷା ଏବଂ ନିରାପତ୍ତା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗମାନ ଥିବାର ଉଭୟ ନେତା ଏକମତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତ ଓ ବ୍ରିଟେନ୍‍ ଏକାଠି ମିଶି କାର୍ଯ୍ୟ କରିପାରିବେ ବୋଲି ଉଭୟ ନେତା ମତବ୍ୟକ୍ତ କରିଛନ୍ତି।

ଏହା ବ୍ୟତୀତ ଆନ୍ତର୍ଜାତିକ ସୌରମେଣ୍ଟ ଓ ଦୁର୍ବିପାକ ପରିଚାଳନା ମୌଳିକ ଢାଞ୍ଚା ଭଳି କ୍ଷେତ୍ରରେ ଥିବା ସହଯୋଗକୁ ଆଗେଇ ନେବାକୁ ସେମାନେ ଏକମତ ହୋଇଛନ୍ତି। ଭାରତ-ବ୍ରିଟେନ୍‍ ଭାଗିଦାରୀ ସମ୍ପର୍କ ଦିଗରେ ଦୀର୍ଘମିଆଦୀ ଯୋଜନାର ରୂପରେଖ ପ୍ରସ୍ତୁତ କରିବା ଲାଗି ଉଭୟ ପକ୍ଷର ଅଫିସରମାନେ ସେମାନଙ୍କର କାର୍ଯ୍ୟ କରିବାକୁ ଦୁଇ ନେତା ସହମତିରେ ଉପନୀତ ହୋଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories