www.samajalive.in
Monday, December 8, 2025
27.1 C
Bhubaneswar

ଶୀଘ୍ର ଆସିବ କରୋନା ଟୀକା – ଅହମ୍ମଦାବାଦ ଜାଈଡ଼ସ ବାୟୋଟେକ୍ ପାର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅହମ୍ମଦାବାଦର ଜାଈଡ଼ସ ବାୟୋଟେକ୍ ପାର୍କ ପରିଦର୍ଶନ କରିଛନ୍ତି। ସେ ସେଠାରେ ପହଂଚିବା ପରେ କୋଭିଡ ଟିକା ବିକାଶର ସମୀକ୍ଷା କରିଛନ୍ତି। ଜାଈଡ଼ସ ବାୟୋଟେକ୍ ପାର୍କରେ ଅଗ୍ରଗତି ଯାଞ୍ଚ କରିବା ପରେ ପ୍ରଧାନମନ୍ତ୍ରୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ହାଇଦ୍ରାବାଦର ଭାରତ ବାୟୋଟେକ୍ ପରିଦର୍ଶନ କରିବେ। ଦେଶରେ କରୋନା ବିରୋଧୀ ଲଢ଼େଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥିବା ବେଳେ ଏହିସବୁ ଟୀକା ପ୍ରସ୍ତୁତକାରୀ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି।

- Advertisement -

ସୂଚନା ଅନୁଯାୟୀ, ଗୁଜୁରାଟ୍‍ର ଅହମ୍ମଦାବାଦ ଅଞ୍ଚଳର ଚଙ୍ଗୋଦରରେ କରୋନା ଟୀକାର ପ୍ରକ୍ରିୟାକରଣ ଜାରି ରହିଛି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ନିକଟବର୍ତ୍ତୀ ଅଞ୍ଚଳରେ ଏକ ହେଲିପ୍ୟାଡ୍‍ ପ୍ରସ୍ତୁତ କରାଯାଇଛି। ଅହମ୍ମଦାବାଦ ଗସ୍ତ ପରେ ପ୍ରଧାନମନ୍ତ୍ରୀ ପୁଣେସ୍ଥିତ ସେରମ୍‍ ପ୍ରତିଷ୍ଠାନରେ କରୋନା ଟୀକା ‘କୋଭିସିଲ୍‍ଡ୍‍’ର ପ୍ରସ୍ତୁତି ସମୀକ୍ଷା ସହ ସେଠାକାର ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀଙ୍କ ସହ ଏହି ଟୀକାର ଯୋଗାଣ ଏବଂ ନିରୀକ୍ଷଣ ସମ୍ପର୍କରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଲୋହେଗାଓଁ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସେରମ୍‍ ପ୍ରତିଷ୍ଠାନକୁ ଯିବେ।

ପରେ ଶ୍ରୀ ମୋଦି ହାଇଦ୍ରାବାଦସ୍ଥିତ ହକିମ୍‍ପେଟ୍‍ ବାୟୁସେନା ଷ୍ଟେସନରେ ଅବତରଣ କରିବା ପରେ ଭାରତ ବାୟୋଟେକ୍‍ ଇଣ୍ଟର୍‍ନ୍ୟାସନାଲ୍‍ ଲିମିଟେଡ୍‍ ପରିଦର୍ଶନ କରିବେ। ସେଠାରେ ଆଇସିଏମଆର୍ ଓ ଭାରତ ବାୟୋଟେକ୍‍ର ମିଳିତ ସହଯୋଗ ‘କୋଭାକ୍ସିନ୍‍’ ଟୀକା ପ୍ରସ୍ତୁତ କରାଯାଉଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories