www.samajalive.in
Monday, December 8, 2025
17.1 C
Bhubaneswar

ଚାରିଧାମ ଭ୍ରମଣରେ ଥିବା ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ଭବ୍ୟ ସ୍ୱାଗତ

ପାଟଣା: ମଧ୍ୟପ୍ରଦେଶର ଭୋପାଳ ନିବାସୀ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଳା କାର୍ଯ୍ୟକର୍ତ୍ତା କୁଲବେନ୍ଦ୍ର ସିଂହ ପାଦରେ ଚାଲି ଚାଲି ଚାରିଧାମ ଦର୍ଶନ ପାଇଁ ଯାଉଥିବା ବେଳେ ତାଙ୍କୁ ଢେଙ୍କିକୋଟ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି । ପାଞ୍ଚ ମାସ ପୂର୍ବରୁ କୁଲବେନ୍ଦ୍ର ଭୋପାଳରୁ ବାହାରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ବିଶ୍ୱର ଶାନ୍ତି, ମୈତ୍ରୀ ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚାରିଧାମ ଦର୍ଶନରେ ବାହାରିଥିବା କୁଲବେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି । ଆସନ୍ତାକଲି ଢେଙ୍କିକୋଟଠାରୁ ପୁରୀ ଅଭିମୁଖେ ଯିବେ ବୋଲି ସୂଚନା ଦେଇଛନ୍ତି । ଢେଙ୍କିକୋଟ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ସ୍ଥାନୀୟ ଶିବ ମନ୍ଦିରରେ ତାଙ୍କର ରହିବା ଓ ଖାଇବା ପାଇଁ ସୁବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଏହି ଭବ୍ୟ ସ୍ୱାଗତରେ ଏବିଭିପି ରାଜ୍ୟ ସଭାପତି ଭାଗୀରଥି ପୃଷ୍ଟି, ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ, ଜିଲ୍ଲା ବିଜେପି ସଂଯୋଜକ ଜୟଦେବ ଗିରି, ଢେଙ୍କିକୋଟ ସତ୍ୟ ନାରାୟଣ ପ୍ରଭାତ ଶାଖାର ତୃପ୍ତି ରଞ୍ଜନ ସାହୁ, ପୂଜକ ଅଦୈତ୍ୟ ଶତପଥୀ ପ୍ରମୁଖ ସାମିଲ ଥିଲେ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories