www.samajalive.in
Monday, December 8, 2025
17.1 C
Bhubaneswar

ପୁଣି ଆଳୁ ଦର ଉଚ୍ଚା, କମୁଛି ପିଆଜ

ଭୁବନେଶ୍ବର : ପାଗ ଅନୁକୂଳ ହେବା ପରେ ଆଳୁ, ପିଆଜ ଆମଦାନୀ ସ୍ବାଭାବିକ ହୋଇଥିଲେ ହେଁ ଆଳୁ ଦର କମିବା ପରିବର୍ତ୍ତେ ୨ ଦିନ କିଲୋ ପ୍ରତି ୧୦ ଟଙ୍କା ବୃଦ୍ଧି ହୋଇଛି। ଖାଉଟି ସରକାରଙ୍କୁ ଦୋଷ ଦେଉଥିବାବେଳେ ବ୍ୟବସାୟୀ ମହାସଂଘ ଖୁଚୁରା ବ୍ୟବସାୟୀ ନିକଟରେ ହାତ ଟେକିଦେଲା ପରି ମନେ ହେଉଛି। କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିପ୍ରସାଦ ମିଶ୍ରଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗରେ ଆଳୁଦର ଉଚ୍ଚା ରହିଛି। ତଥାପି ଆଜି ପାଇକାରୀ ଦର ଆଇଗିଣିଆରେ ଆଳୁ କ୍ବିଣ୍ଟାଲ ୩୯୦୦ ଟଙ୍କା ଅର୍ଥାତ କିଲୋ ପ୍ରତି ଦର ୩୯ ଟଙ୍କା ରହିଛି । ତେବେ ଖୁଚୁରା ମାର୍କେଟରେ ୪୫ ଟଙ୍କା ଭିତରେ ରହିବା କଥା; ଏକନମ୍ବର ହାଟରେ ୫୦ ଟଙ୍କା ଏବଂ ରାଜଧାନୀର ଅନ୍ୟାନ୍ୟ ବଜାର ଏବଂ ଖୁଚୁରା ଦୋକାନରେ ୫୨ ଟଙ୍କା ବିକ୍ରି ହୋଇଛି। ସରକାରଙ୍କ ନିୟନ୍ତ୍ରଣ ରହୁନଥିବାରୁ ଖାଉଟିଙ୍କୁ ହିନସ୍ତା ହେବାକୁ ପଡ଼ୁଛି।
ଆଜି ଆଇଗିଣିଆ ଗୋଦାମକୁ ୭ ଟ୍ରକ୍‌ ଅର୍ଥାତ ୧୭୫ ଟନ୍‌ ଆଳୁ ପଶ୍ଚିମବଙ୍ଗରୁ ଆସିଛି। ଆଳୁର ତିରଟିଆ ଭାବ ଦେଖା ଦେବା ସମ୍ଭାବନା ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ନାସିକ ଏବଂ ଆନ୍ଧ୍ର, ତାମିଲନାଡୁ ପ୍ରଭୃତି ସ୍ଥାନରୁ ପିଆଜ ଆମଦାନୀ ସ୍ବାଭାବିକ ରହିଛି। ପିଆଜ ଦର ଧୀରେ ଧୀରେ କମିବାରେ ଲାଗିଛି। ଆଜି ଏକନମ୍ବର ହାଟରେ ପିଆଜ ୫୫ରୁ ୬୦ ଟଙ୍କା ରହିଥିବା ବେଳେ ଅନ୍ୟାନ୍ୟ ହାଟ ବଜାରରେ ୬୦ ଟଙ୍କା ରହିଥିଲା। ବର୍ତ୍ତମାନ ପିଆଜ ଦର ଖସି ୪୦ ଓ ୪୫ ଟଙ୍କାରେ ଦୁଇ କିସମର ବିକ୍ରି ହେଉଥିବା କୁବେରପୁରୀ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ କହିଛନ୍ତି। ତେବେ ଖୁଚୁରା ବଜାରରେ ପିଆଜ ଗୁରୁବାର ୫୫ ଟଙ୍କା ଥିଲା। ଆଜି ୫ ଟ୍ରକ୍‌ ପିଆଜ ଆସିଥିବା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏବଂ କୁବେରପୁରୀ ସମ୍ପାଦକ ସୂଚନା ଦେଇଛନ୍ତି। ପିଆଜ ଦର ଆହୁରି କମିବାସମ୍ଭାବନା ଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories