www.samajalive.in
Tuesday, December 9, 2025
17.1 C
Bhubaneswar

ଚାଷୀଙ୍କୁ ଅବହେଳା ନେଇ ଭାରତୀୟ କିସାନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ : କୃଷିଭିତ୍ତିକ ବୌଦ୍ଧଜିଲାରେ ଚାଷୀମାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ଭାରତୀୟ କିସାନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି। କିସାନ ସଂଘର ସଭାପତି ତଥା ବରିଷ୍ଠ ଚାଷୀନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ୨୦୧୮ ରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପାଥେଇ ଯୋଗୁଁ ଚାଷୀମାନଙ୍କ ବହୁ ମାତ୍ରାରେ ଫସଲ ନଷ୍ଟ ହୋଇଥିଲା। ଜିଲ୍ଲାପାଳଙ୍କ ଅନୁମୋଦକ୍ରମେ ବୌଦ୍ଧର ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାର ୨.୪୨ କୋଟି ଟଙ୍କା ମଂଜୁର କରିଥିଲେ। କିନ୍ତୁ  ୭ଟି ରାଜସ୍ୱ ସର୍କଲରୁ ୬ ଟି ସର୍କଲ ର ଚାଷୀମାନଙ୍କୁ ୨.୧୩ କୋଟି ଟଙ୍କା ବଣ୍ଟନ କରାଯାଇଥିବାବେଳେ କେବଳ ଧଳପୁର ରାଜସ୍ୱ ନିରୀକ୍ଷକଙ୍କ ମନମାନି ଯୋଗୁଁ କ୍ଷତିପୂରଣ ଟଙ୍କା ଆସିଥିଲେ ମଧ୍ୟ ବଣ୍ଟାଯାଇନାହିଁ । ତହସିଲଦାର ଚାଷୀଙ୍କ ତାଲିକା ପ୍ରଦାନ କରିବାକୁ  ବାରମ୍ବାର ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ଧଳପୁର ରାଜସ୍ୱ ନିରୀକ୍ଷକ ତାଲିକା ପ୍ରଦାନ ନକରିବାରୁ ବ୍ୟାଙ୍କରେ ଚାଷୀଙ୍କୁ ଦେବାକୁ ଆସିଥିବା ୩୦ ଲକ୍ଷ ଟଙ୍କା ପଡିରହିଛି। ସେହିପରି ଚାଷୀଙ୍କୁ ପ୍ରଦାନ ପାଇଁ ୨୦୧୭ ରୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ବାହାନା ଦେଖାଇ ଚାଷୀଙ୍କୁ ପ୍ରଦାନ କରାନଯାଇ ବ୍ୟାଙ୍କରେ ପଡିରହିଛି। ପ୍ରଧାନମନ୍ତ୍ରୀ ଶଷ୍ୟ ବିମା ଯୋଜନାରେ ଏହି ଜିଲ୍ଳାରୁ ବୀମା କମ୍ପାନୀ କୋଟି କୋଟି ଟଙ୍କା ନେଇଛି। ଫସଲ ହାନି ସତ୍ୱେ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ବୀମା କମ୍ପାନୀ ପକ୍ଷରୁ ଟାଳଟୁଳ ନିତି ଅବଲମ୍ବନ କରାଯାଉଅଛି। କୃଷି ବିଭାଗ ପକ୍ଷରୁ ବାରମ୍ବାର ଚିଠି ଯୋଗେ ଅବଗତ କରାଯିବା ପରେ ଏବଂ ଚାଷୀ ସଂଗଠନ ପକ୍ଷରୁ ବାରମ୍ବାର ଦାବି ସତ୍ୱେ ବୀମା କମ୍ପାନୀ ବୀମା ରାଶି ପ୍ରଦାନ କରୁନାହିଁ। ତେଣୁ ଭାରତୀୟ କିସାନ ସଂଘ ପକ୍ଷରୁ ଜିଲ୍ଳାର ଚାଷୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରାଯାଇଛି । ଏହି ଧାରଣାରେ ଅନେକ ଚାଷୀ ନେତାଙ୍କ ସମେତ ଚାଷୀମାନେ ସାମିଲ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories