www.samajalive.in
Thursday, December 11, 2025
27.1 C
Bhubaneswar

ଓ.ଟି.ଇ.ଟି ସାର୍ଟିଫିକେଟ ଜାଲିଆତି ସନ୍ଦେହ, ହରଭଙ୍ଗା ବ୍ଲକର ୨୨ଜଣ ଗଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ହରଭଙ୍ଗା: ସରକାର ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବାସହ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ସହ ଶିକ୍ଷକତା ମାପକାଠିକୁ ମାପିବା ପାଇଁ ଗତ ୨୦୧୧ରେ ଓ.ଟି.ଇଟି (ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)କୁ ବାଧ୍ୟତାମୂଳକଭାବେ ଲାଗୁକଲେ।ଯାହାଦ୍ୱାରା ଶିକ୍ଷକତା ପାଇଁ ଯୋଗ୍ୟତାଥିବା ସି.ଟି/ବି.ଇ.ଡି ଶିକ୍ଷକମାନଙ୍କ ପାଇଁ ମଧ୍ୟ ଓ.ଟି.ଇଟି ପରୀକ୍ଷା ପାଶ୍‍ ନିୟମକୁ କଡାକଡି ଭାବେ ଲାଗୁ କରାଗଲା। ଏହାଦ୍ୱାର ପ୍ରାଥମିକ ଶିକ୍ଷାଦାନରେ ଗୁଣାତ୍ମକ ଶିକ୍ଷାରେ ବିକାଶ ଘଟିବା ଏହାର ମୂଳ ଲକ୍ଷ୍ୟଥିଲା।ଏସବୁ ସତ୍ୱେ ବୌଦ୍ଧଜିଲ୍ଲାରେ ଗଣ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର , ସତ୍ୟପାଠ ଯାଞ୍ଚବେଳେ ହରଭଙ୍ଗା ବ୍ଲକର ୨୨ଜଣ ଗଣ ଶିକ୍ଷକଙ୍କ ଓ.ଟି.ଇ.ଟି ସାର୍ଟିଫିକେଟ ଜାଲିଆତି ସନ୍ଦେହ ଘଟଣା ପଦାକୁ ଆସିଛି ।ଏ ନେଇ ଡି.ପି.ସି କାର୍ଯ୍ୟାଳୟ ବୌଦ୍ଧଙ୍କ ପକ୍ଷରୁ ସଂପୃକ୍ତ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବାକୁ ସଂପୃକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଆସନ୍ତା ୩୦ଦିନ ଭିତରେ ଓ.ଟି.ଇ.ଟି ସାର୍ଟିଫିକେଟର ଅସଲି ପ୍ରମାଣପତ୍ର ନ ଦେଲେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।ଜାଲିଆତି ସାର୍ଟିଫିକେଟ ସନ୍ଦେହ ଘଟଣା ପଦାକୁ ଆସିବାପରେ ଶିକ୍ଷକଙ୍କ ମହଲରେ ଏହାକୁ ନେଇ ଆଲୋଚନା ଜୋରଧରିଛି। ଏ ସଂର୍ପକରେ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ଦେବରାଜ ପ୍ରଧାନଙ୍କୁ ପଚାରିବାରୁ ବ୍ଲକର ୨୨ଜଣ ଗଣ ଶିକ୍ଷକଙ୍କ ଓ.ଟି.ଇ.ଟି ସାର୍ଟିଫିକେଟରେ ଡିଫେକ୍ଟ ଥିବା ନେଇ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆ ନ ଯିବା ଏ ନେଇ ନିର୍ଦ୍ଦେଶ ଆସିଛି।ଏକମାସ ଭିତରେ ଏହାର ଉତ୍ତର ରଖିବାକୁ ସଂପୃକ୍ତ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ରହିଥିବା ସେ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories