www.samajalive.in
Thursday, December 11, 2025
27.1 C
Bhubaneswar

କଚେରୀ ପରିସରରୁ ଓକିଲଙ୍କ ମୋଟର ସାଇକେଲ ଚୋରି

ପଦ୍ମପୁର:  ପଦ୍ମପୁରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଉପରେ ପୋଲିସ ଅଂକୁଶ ଲଗାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ପୋଲିସକୁ ଚ୍ୟାଲେଞ୍ଜ କଲା ପରି କାମ କରୁଛନ୍ତି। ବାରମ୍ବାର ନିଶା ଦ୍ରବ୍ୟ,ଚୋରି ଉପରେ ଚଢଉ କରି ଜେଲ ପଠାଉ ଥିଲେ ସୁଦ୍ଧା ଅସାମାଜିକ କାର୍ଯ୍ୟ ବୃଦ୍ଧି ହେଉଛି ।ଇତି ମଧ୍ୟରେ କଚେରୀ ପରିସରରୁ ଜନୈକ ଆଇନଜୀବି ଲକ୍ଷ୍ମଣ ସାହୁଂକ  ବାଇକ ନଂ ଓଡି୧୭ଏ୪୮୧୧କୁ କେହି ଜଣେ ଦୁର୍ବୃତ୍ତ ଚୋରୀ କରି ନେଇଛି । ଏ ସଂପର୍କରେ ପଦ୍ମପୁର ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।ଆଇନଜୀବି ଶ୍ରୀ ସାହୁ ପ୍ରତିଦିନ ନିଜ ଗାଁ ଦେଓଳୀରୁ ବାଇକ ଯୋଗେ ଆସି ଉପ ଜିଲ୍ଲାପାଳଂକ ଅଫିସ ଗେଟ ପାର୍ଶ୍ବରେ ବାଇକ ରଖିଥାନ୍ତି ।ଘଟଣା ଦିନ ମଧ୍ୟ ତଦୃପ ବାଇକ ରଖି ଅଫିସ କାମ କରୁଥିଲେ ।କାମ ସାରି ଫେରିବା ବେଳେ ବାଇକ ନ ଥିଲା ।ଅଭିଯୋଗ ପରେ ପୋଲିସ ବ୍ୟାପକ ମାତ୍ରାରେ ଧରପଗଡ ଆରମ୍ଭ କରିଥିବା ଜଣାଯାଏ ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories