www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀନଗରରେ ସୁରକ୍ଷା ବଳ ଉପରେ ଆତଙ୍କୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର :   କେନ୍ଦ୍ରୀୟ କାଶ୍ମୀରର ଶ୍ରୀନଗର ଜିଲ୍ଲାର ଏଚଏମଟି ଅଞ୍ଚଳରେ ଗୁରୁବାର ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ୨ ସୈନିକ ଆହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇ ସେଠାରୁ ଫେରାର ଯାଇଥିଲେ। ସମ୍ପ୍ରତି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସର୍ଚ୍ଚ ଅପରେସନ ଚାଲିଛି।
କାଶ୍ମୀରର ଆଇଜି କହିଛନ୍ତି ଯେ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଛନ୍ତି। ସେ କହିଛନ୍ତି ଯେ ସନ୍ଧ୍ୟା ସୁଦ୍ଧା ଆମେ ଏହି ଆକ୍ରମଣ ପଛରେ କେଉଁ ଆତଙ୍କବାଦୀଙ୍କ ହାତ ଅଛି ତାହା ସ୍ପଷ୍ଟ କରିବୁ। ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଏହି ୩ ଜଣଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର । ଏହି ତିନିଜଣ ଆକ୍ରମଣ କରିବା ପରେ ଏକ କାରରେ ଖସି ପଳାଇବାରେ ସଫଳ ହୋଇଥିଲେ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories