www.samajalive.in
Tuesday, December 9, 2025
17.1 C
Bhubaneswar

ବ୍ରହ୍ମଗିରିରେ କାଜୁ ପ୍ରକ୍ରିୟାକରଣ ଶିଳ୍ପର ପୁନଃକାର୍ଯ୍ୟକ୍ଷମ ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭାରତ ସରକାର, ରାଜ୍ୟ ସରକାର ଏବଂ ବ୍ରହ୍ମଗିରିର ୩୨ ଜଣ କାଜୁ ପ୍ରକ୍ରିୟାକରଣ ଉଦ୍ୟୋଗୀଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ନୀଳଚକ୍ର କାଜୁ ସମବାୟ ଲିଃକୁ ପୁନଃକାର୍ଯ୍ୟକ୍ଷମ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବ୍ରହ୍ମଗିରିରେ କାଜୁ ପ୍ରକ୍ରିୟାକରଣ ଶିଳ୍ପର ଏକ ବିରାଟ ସମ୍ଭାବନା ଥିବା ଦୃଷ୍ଟିରୁ ଭାରତ ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ଉଦ୍ୟୋଗୀଙ୍କ ପ୍ରଚେଷ୍ଟାରେ ଏହି ଶିଳ୍ପ ପ୍ରତିଷ୍ଠାନ କିଭଳି ଭାବରେ ପୁନଃକାର୍ଯ୍ୟକ୍ଷମ ହେବ ତା’ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ନିର୍ଦେଶକ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚଳାକ ଏକ ସପ୍ତାହ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ରିପୋର୍ଟ ଦେବାକୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି।
ସୂନାଯୋଗ୍ୟ ଯେ ୫ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟବରାଦରେ କାଜୁର ପ୍ରକ୍ରିୟାକରଣ ଏବଂ ଏହାକୁ ମୂଲ୍ୟଯୁକ୍ତ କରିବା ସହିତ ୧୦୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ଏହି ଅନୁଷ୍ଠାନଟି ‘ଫନୀ’ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ବୈଠକରେ ଯୋଗଦେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ‘ଫନୀ’ରେ କ୍ଷତିଗ୍ରସ୍ତ ଏହି ଶିଳ୍ପର ପୁନରୁଦ୍ଧାର ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି।
ଆଜି ବୈଠକର ନିର୍ଯ୍ୟାସ ଉନ୍ନୟନ କମିଶନରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ, କଟକ, ପରିଚାଳନା ନିର୍ଦ୍ଦେଶକ, ଓଏସ୍‌ଆଇସି, କଟକ, କଟକରେ ଅବସ୍ଥାପିତ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ନିର୍ଦ୍ଦେଶକ, ନୀଳାଚଳ କାଜୁ ସମବାୟ ଲିଃ, ବ୍ରହ୍ମଗିରିର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଆଲୋଚନରେ ଅଂଶଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories