www.samajalive.in
Tuesday, December 9, 2025
17.1 C
Bhubaneswar

ଶିଳାନ୍ୟାସକୁ ୯ବର୍ଷ ପୂରିଲା,କାର୍ଯ୍ୟକ୍ଷମ ହୋଇପାରିଲାନି ଜିଲା ସଂସ୍କୃତି ଭବନ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆ ଠାରେ ଜିଲା ସଂସ୍କୃତି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯ ଡିସେମ୍ବର ୨୦୧୧ରେ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୯ବର୍ଷ ବିତି ଯାଇଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁଁ ଜିଲା ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରି ନାହିଁ  । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଜିଲା ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ପ୍ରଥମେ ୨ କୋଟି ୮୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଷ୍ଟିମେଟରେ ପରିବର୍ତ୍ତନ କରାଯାଇ ୧୬ ନଭେମ୍ବର ୨୦୧୪ରେ ୩ କୋଟି ୨୨ଲକ୍ଷ ୬୦ହଜାର ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା ।

- Advertisement -

ପରବର୍ତ୍ତି ସମୟରେ ସଂସ୍କୃତି ଭବନକୁ ସଂଯୋଗ କରୁଥିବା ରାସ୍ତା, ଶବ୍ଦ ପ୍ରଦୁଷଣ ନିୟନ୍ତ୍ରଣ, ଆବଶ୍ୟକ ଚେୟାର, ଚତୁଃପାର୍ଶ୍ବ ସୁରକ୍ଷା ପାଇଁ ପାଚେରୀ ଆଦି କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଅଧିକ ଅର୍ଥ ବ୍ୟୟବରାଦ ହୋଇ ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ ହୋଇ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଭବନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ନିର୍ମାଣ ଦାୟିତ୍ୱ ହାତକୁ ନେଇଥିବା ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ଭବନକୁ ହସ୍ତାନ୍ତର ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି କରାଯାଇଥିଲେ ହେଁ ଅଦ୍ୟାବଧି ପୂର୍ତ୍ତ ବିଭାଗ ନିକଟରୁ ବିଭାଗୀୟ ଅଧିକାରୀ ହାତକୁ ନେଇ କାର୍ଯ୍ୟକ୍ଷମ ନକରିବା କଳାକାରଙ୍କ ମହଲରେ ନୈରାଶ୍ୟ ଖେଳିଯାଇଛି। ଇତିମଧ୍ୟରେ ଜିଲା ସଂସ୍କୃତି ଅଧିକାରୀଙ୍କ ବଦଳି ଆଦେଶ ହୋଇଥିବା ବେଳେ ଚଳିତମାସ ଶେଷ ସୁଦ୍ଧା ରିଲିଭ ହେବାକୁ ଥିବାରୁ ଏହି ସଂସ୍କୃତି ଭବନ ବିଭାଗ ହାତକୁ ନେଇ କାର୍ଯ୍ୟକ୍ଷମ କରିବ ନା ଉଦ୍‍ଘାଟନ ରାଜନୀତି ଆଳରେ ବିଳମ୍ବ ହେବାନେଇ କଳାକାର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀତାରେ ଅହେତୁକ ବିଳମ୍ବ ଜିଲାର କଳାକାରଙ୍କୁ ନିରାଶ କରିଥିବା ବେଳେ ଜିଲାପାଳ ନିଜେ ହସ୍ତକ୍ଷେପ କରି କିଭଳି ଏହା ତୁରନ୍ତ କାର୍ଯ୍ୟକ୍ଷମ ହୋଇ ଜିଲାର କଳା ଓ କଳାକାରଙ୍କ ବିକାଶ ସହ ସଂସ୍କୃତିର ପୁନଃରୁଦ୍ଧାର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲା କଳାକାର ସଂଘ ପକ୍ଷରୁ ଦାବି ହୋଇଆସୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories