www.samajalive.in
Monday, December 8, 2025
17.1 C
Bhubaneswar

ମୃତ କରୋନା ଯୋଦ୍ଧାଙ୍କୁ ସମର୍ପିତ ମାରାଥନ, ଦୌଡିଲେ ୧୦୦ କିଲୋମିଟର

ଭୁବନେଶ୍ବର: କରୋନାରେ ମୃତକଙ୍କୁ ସମ୍ମାନ ଜଣାଇ ୧୭୪ ଇଣ୍ଡିଆନ ଅଲଟ୍ରା ମାରାଥନ ରନର୍ସର ସଦସ୍ୟ ତଥା ଭାରତୀୟ ସୈନ୍ୟବାହିନୀର ପୂର୍ବତନ ସୈନିକ ସିଦ୍ଧାର୍ଥ ଶଙ୍କର ଦାସ ଢେଙ୍କାନାଳରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦୌଡ ଶେଷ କରିଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ ୧୭୪ ଇଣ୍ଡିଆନ ଅଲଟ୍ରା ମାରାଥନ ରନର୍ସ ପକ୍ଷରୁ ଜାତୀୟ ପତାକା ଧରି ଦୌଡି ବିଶ୍ବ ରେକର୍ଡ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସବୁ ରାଜ୍ୟରେ ଏଥିପାଇଁ ୧୦୦ କିଲୋମିଟର ମାରାଥନ ଦୌଡ କରାଯାଉଛି। ଓଡିଶାରେ କଳିଙ୍ଗ ରନର୍ସ ପକ୍ଷରୁ ଏହି ମାରାଥନର ଆେୟାଜନ କରାଯାଇଛି। ରବିବାର ଢେଙ୍କାନାଳରୁ ସିଦ୍ଧାର୍ଥ ୧୨ଜଣ ସହଯୋଗୀଙ୍କ ସହ ଦୌଡ ଆରମ୍ଭ କରିଥିଲେ। ଢେଙ୍କାନାଳ ଜିଲାପାଳ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଥିଲେ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସିଦ୍ଧାର୍ଥ ଭୁବନେଶ୍ବରସ୍ଥିତ ୧୨୦ ବାଟାଲିୟନରେ ଦୌଡ ଶେଷ କରିଥିଲେ। ଏ ନେଇ ଶ୍ରୀ ଦାସ କହିଛନ୍ତି ଯେ ବିଶ୍ବରେକର୍ଡ ପାଇଁ ଏହି ମାରାଥନର ଆେୟାଜନ କରାଯାଇଥିଲେ ହେଁ ଓଡିଶାରେ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଜନତାଙ୍କ ସେବାରେ ନିୟୋଜିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ମୋର ଉଦ୍ଦେଶ୍ୟ। ବିଶେଷ କରି ଯେଉଁ ଯୋଦ୍ଧାଙ୍କ ଏହି ସମୟରେ ମୃତ୍ୟୁ ଘଟିଛି ସେମାନଙ୍କୁ ମୋର ୧୦୦ କିଲୋମିଟର ମାରାଥନ ରନକୁ ଉତ୍ସର୍ଗୀକୃତ କରୁଛି। ପ୍ରାୟ ୧୧ ଘଣ୍ଟା ଦୌଡିବା ପରେ ଶ୍ରୀ ଦାସ ଭୁବନେଶ୍ବରରେ ପହଞ୍ଚିଥିଲେ। ଏଠାରେ ସପ୍ତମ ବାଟାଲିୟନ କମାଣ୍ଡାଣ୍ଟ ବିଜୟ ସାହୁ, ଢେଙ୍କାନାଳ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା, କଳିଙ୍ଗ ରନର୍ସ ଗ୍ରୁପର ସଭ୍ୟ, କମିଶନରେଟ ପୁଲିସ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଟରେ ସାଧାରଣ ଜନତା ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ସାହ ବଢାଇଥିଲେ। କଟକରୁ ଭୁବନେଶ୍ବର ମଧ୍ୟରେ ଯେପରି କିଛି ଅସୁବିଧା ନ ହୁଏ ସେଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ଦାସଙ୍କ ସହ ଟିମରେ ଦେବେନ୍ଦ୍ର କୁମାର ହୋତା, ପ୍ରିୟରଞ୍ଜନ ପାଟ୍ଟଶାଣୀ, ଦେବାଶିଷ ଦାସ, ଶୁଭମ ସ୍ବାଇଁ, ତାରିଣୀ ସେଠୀ, ଶଙ୍କର ଶର୍ମା, ନିହାର କୁମାର ଜେନା, ଚିନ୍ମୟ ସାହୁ, ମନୋରଞ୍ଜନ ପ୍ରମୁଖ ସାମିଲ ଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories