www.samajalive.in
Monday, December 8, 2025
27.1 C
Bhubaneswar

ଆୟୁର୍ବେଦିକ୍‌ ଡାକ୍ତରଙ୍କୁ ଅ‌େ‌ସ୍ତ୍ରାପଚାର ପାଇଁ ଅନୁମତି

ନୂଆଦିଲ୍ଲୀ : ଦେଶର ଆୟୁର୍ବେଦିକ୍‌ ଡାକ୍ତରମାନେ ଏଣିକି ଅର୍ଥୋପେଡିକ୍‌, ଇଏନ୍‌ଟି, ଚକ୍ଷୁ ଓ ଦାନ୍ତ ଅସ୍ତ୍ରୋପଚାର ଓ ଚିକିତ୍ସା ସହିତ ଶଲ୍ୟ (ଜେନେରାଲ ସର୍ଜରୀ) ଚିକିତ୍ସା କରିପାରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆୟୁର୍ବେଦିକ ସ୍ନାତକୋତ୍ତର ଛାତ୍ରମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଏ ସଂକ୍ରାନ୍ତ ତାଲିମ ଦେବା ପାଇଁ ଉଦ୍ଦିଷ୍ଟ ଇଣ୍ଡିଆନ୍‌ ମେଡିସିନ୍‌ ସେଣ୍ଟ୍ରାଲ କାଉନ୍‌ସିଲ ରେଗୁଲେସନ୍‌ ଆଇନ-୨୦୧୬ରେ ସରକାର ସଂଶୋଧନ ଆଣିବାକୁ ଯାଉଛନ୍ତି। ଏସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ନଭେମ୍ବର ୧୯ତାରିଖରେ ପ୍ରକାଶ ପାଇଛି। ଏହା ଦ୍ବାରା ଆୟୁର୍ବେଦିକ୍‌ ସ୍ନାତକୋତ୍ତର ଶିକ୍ଷାରେ ଶଲ୍ୟ (ଜେନେରାଲ ସର୍ଜରୀ) ଓ ଶାଲକ୍ୟ (କର୍ଣ୍ଣ, ନାଶା, ଗଳା ବା ଏନ୍‌ଟି, ଚକ୍ଷୁ, ମସ୍ତିଷ୍କ, ହାଡ଼ଭଙ୍ଗା) ନାମରେ ଦୁଇଟି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯିବ। ଏହାକୁ ବିଶେଷଜ୍ଞ ପାଠ୍ୟକ୍ରମ ଭାବେ ପରିଗଣିତ କରାଯିବ। ଶଲ୍ୟ ପାଠ୍ୟକ୍ରମକୁ ‘ଏମ୍‌ଏସ୍‌-ଆୟୁର୍ବେଦ’ ବା ଶଲ୍ୟ ତନ୍ତ୍ର ଓ ଶାଲକ୍ୟ ତନ୍ତ୍ର ନାମ ରଖାଯାଇଛି। ଆୟୁର୍ବେଦ ପଦ୍ଧତିରେ ଏହା ଶିକ୍ଷା ଦିଆଯିବ। ଏଥିରୁ ଉତ୍ତୀର୍ଣ୍ଣ ହେବା ପରେ ସମ୍ପୃକ୍ତ ଡାକ୍ତରମାନେ ସ୍ବାଧୀନ ଭାବେ ଚିକିତ୍ସା କରିପାରିବେ। ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ପକ୍ଷରୁ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରାଯାଉଛି। କେନ୍ଦ୍ର ସରକାର ଆଧୁନିକ ଚିକିତ୍ସା ଶାସ୍ତ୍ର ସହିତ ଆୟୁର୍ବେଦ, ହୋମିଓପାଥି, ୟୁନାନି, ଯୋଗ, ସିଦ୍ଧ ଆଦି ‘ଆୟୁଷ’ ଚିକିତ୍ସା ପଦ୍ଧତିର ସମିଶ୍ରଣ ପାଇଁ ଚଳାଇଥିବା ଉଦ୍ୟମକୁ ଆଇଏମ୍‌ଏ

ବିରୋଧ କରିଆସୁଛି। ଅସ୍ତ୍ରୋପଚାର ସବୁ ଆୟୁର୍ବେଦ ପ୍ରତିଷ୍ଠାନ ଓ ଡାକ୍ତରଖାନାମାନଙ୍କରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କରାଯାଉଛି। ଏହା ଆଇନସିଦ୍ଧ ବୋଲି ସ୍ପଷ୍ଟ କରିବାକୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା କଥା ‘ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆନ୍‌ ମେଡିସିନ୍‌’ର ଅଧ୍ୟକ୍ଷ କହିଛନ୍ତି। ଅନ୍ୟପଟେ ଆସୋସିଏସନ ଅଫ ସର୍ଜନ୍ସ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡାକ୍ତର ପି ରଘୁ ରାମ କହିଛନ୍ତି ଯେ ଜେନେରାଲ ସର୍ଜରୀ ଆଧୁନିକ ଚିକିତ୍ସା ବିଜ୍ଞାନର ଏକ ଅଂଶ। ଏହାକୁ ଆୟୁର୍ବେଦ ପାଠ୍ୟକ୍ରମରେ ସାମିଲ କରାଗଲେ ରୋଗୀର ମୌଳିକ ସୁରକ୍ଷା ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories