www.samajalive.in
Monday, December 8, 2025
20.1 C
Bhubaneswar

କୋଭାକ୍ସିନ ୬୦% ପ୍ରଭାବଶାଳୀ ରହିବ

ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ ଚାଲିଥିବା ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍‌ ଅତିକମ୍‌ରେ ୬୦% ପ୍ରଭାବଶାଳୀ ରହିବ ବୋଲି ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଛି। କୋଭାକ୍ସିନ୍‌ର ପ୍ରଥମ ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଥିବାବେଳେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ସାରିଛି। ପରୀକ୍ଷାରୁ ଜଣାଯାଇଛି ଏହି ଟିକା ୬୦% ପ୍ରଭାବଶାଳୀ ରହିବ ଯାହା ଟିକା ନିମନ୍ତେ ଗ୍ରହଣୀୟ। ଭାରତ ବାୟୋଟେକ୍‌ର କ୍ବାଲିଟି ଅପରେସନର ଅଧ୍ୟକ୍ଷ ସାଇ ଡି ପ୍ରସାଦ କହିଛନ୍ତି ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ), ଆମେରିକା ଖାଦ୍ୟ ଓ ଡ୍ରଗ୍ସ ପ୍ରଶାସନ (ୟୁଏସଏଫଡିଏ) ଓ ଭାରତର କେନ୍ଦ୍ରୀୟ ଡ୍ରଗ୍ସ ମାନ ସଂଗଠନ (ସିଡିଏସସିଓ)ର ଅନୁମୋଦନ ଅନୁଯାୟୀ ଶ୍ବାସକ୍ରିୟା ସମ୍ବନ୍ଧୀୟ ଟିକାର ପ୍ରଭାବ ୫୦%ରୁ ଅଧିକ ରହିଲେ ଗ୍ରହଣୀୟ। କୋଭାକ୍ସିନ ଏହି ସର୍ବନିମ୍ନ ମାନକୁ ଅତିକ୍ରମ କରିବାରେ ସଫଳ ହେବ। ତେବେ ଏହାକୁ କିପରି ଅଧିକ ପ୍ରଭାବଶାଳୀ କରାଯାଇପାରିବ ତା’ ଉପରେ ଧ୍ୟାନ ଦିଆଯାଉଛି। ୨୦୨୧ ମଧ୍ୟ ଭାଗରେ କୋଭାକ୍ସିନକୁ ଭାରତରେ ଉପଲବ୍ଧ କରାଯିବ। ଏଥିପାଇଁ ସରକାରଙ୍କ ଅନୁମୋଦନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଡାକ୍ତର ଭିକେ ପଲ କହିଛନ୍ତି ଯେ ଟିକାର ପରୀକ୍ଷା ଶେଷ ହେବା ପରେ ଏହାର ତଥ୍ୟକୁ ଉପସ୍ଥାପନ କରାଯିବ। ଏହାକୁ ସରକାରଙ୍କ ଅନୁମୋଦନ ମିଳିବା ପରେ ଟିକାକୁ ସାଧାରଣ ବ୍ୟବହାର ନିମନ୍ତେ ଆବେଦନ କରାଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି (ଏନଆଇଭି)ର ମିଳିତ ସହଯୋଗରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’ ଟିକା ପ୍ରସ୍ତୁତ କରୁଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଏହି ଟିକାକୁ ଦେଶର ୨୫ଟି କେନ୍ଦ୍ରରେ ୨୬ହଜାର ସ୍ବେଚ୍ଛାସେବୀଙ୍କୁ ଦିଆଯିବ। ଭାରତରେ କରୋନା ଟିକାର ଏହା ସବୁଠାରୁ ବଡ ମାନବ ପରୀକ୍ଷଣ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories