www.samajalive.in
Monday, December 8, 2025
17.1 C
Bhubaneswar

କୋଭିଡ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ଫିରିଙ୍ଗିଆ ବ୍ଳକର ବାଲନ୍ଦାପଡ଼ା ପଂଚାୟତ ଅନ୍ତର୍ଗତ ବାଟାବାହାଲି ଗ୍ରାମରେ ଆଜି ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ଏବଂ ମା ବରାଳଦେବୀ ଯୁବ ପରିଷଦର ମିଳିତ ଆନୁକୁଲ୍ୟରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଇ ସମାଜ ସଭାପତି ଗୋପିନାଥ କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଶିକ୍ଷକ କୁଳମଣି ଦିଗାଲ, ଜିଆର୍‍ଏସ୍‍ ଶର୍ମିକା କହଁର ଓ ୱାର୍ଡ଼ମେମ୍ବର ସୁମନ କହଁର ପ୍ରମୁଖ ଯୋଗଦେଇ ସଚେତନ କରିଥିଲେ। ଫୁଲବାଣୀ ନେହେରୁ ଯୁବା କେନ୍ଦ୍ରର ସହକାରୀ କର୍ମୀ ସତ୍ୟବାନ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଶରତ ଚନ୍ଦ୍ର ଭୋଇ, ରଷିତା ରାଣି ସାହାଣୀ ପ୍ରମୁକ ସହଯୋଗ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଅଞ୍ଚଳବାସୀ ସାମିଲ୍‍ ହୋଇଥିଲେ। ମା ବରାଳଦେବୀ ଯୁବ ପରିଷଦର ସଭାପତି ଶିମିକା କହଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଂପାଦକ ମଣ୍ଟୁନାଥ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories