www.samajalive.in
Monday, December 8, 2025
20.1 C
Bhubaneswar

ପୁରୀ ଓ ବୀରମିତ୍ରପୁର ହାଜତ ହତ୍ୟା ଓ ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବାସେଳିସାହି ଥାନା ଓ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଅପରାଧୀ ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ବାଡେଇ ବାଡେଇ ତଥା ଅମାନୁଷିକ ଅତ୍ୟାଚାର କରି ମାରିଦେବା ପ୍ରତିବାଦରେ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ପୁଲିସକୁ ସର୍ବସାଧାରଣଙ୍କ ଧନଜୀବନ ସୁରକ୍ଷା ସହିତ ଅପରାଧୀ ସନ୍ଦେହରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରି ୨୪ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରାଇ ଜେଲ ପଠାଇବା ଦାୟିତ୍ଵ ଦିଆଯାଇଥିବାବେଳେ ପୋଲିସ ଆଜି ନିଜେ ନ୍ୟାୟାଳୟ ଓ ବିଚାରକ ସାଜି ବିଚାର ପୂର୍ବରୁ ଦଣ୍ଡ ଦେଉଛି। ପୁଲିସର ଏପରି କାର୍ଯ୍ୟ ଉଭୟ ସମ୍ବିଧାନ, ଗଣତାନ୍ତ୍ରିକ ବିଧି-ବ୍ୟବସ୍ଥା ତଥା ଭାରତୀୟ ଦଣ୍ଡବିଧି ଆଇନକୁ ଏକ ପ୍ରହସନରେ ପରିଣତ କରିଛି ବୋଲି ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି । ଏଠାରେ ପ୍ରକାଶ କରାଯାଇପାରେକି ପୁରୀ ଜିଲ୍ଲାର ବାସେଳିସାହି ଥାନାଧିକାରୀ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଥାନାକୁ ଆଣି ତାକୁ ଶାରୀରିକ ନିର୍ୟ୍ୟାତନା ଦେବାଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିର ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଫଳରେ ପୋଲିସ ମୃତ ଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରି ଅତ୍ୟନ୍ତ ତରବରିଆ ଭାବେ ଶବଟିକୁ ପୋଡ଼ି ଦେଇଥିଲେ । ଅନୁରୂପ ଭାବେ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ତାରିକ ସଲିମଙ୍କୁ ମଧ୍ୟ ପୋଲିସ ନିର୍ୟ୍ୟାତନା ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଛି ।

ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟ ତତ୍ତ୍ଵାବଧାନରେ ଏସ.ଆଇ.ଟି ଗଠନ କରି ଘଟଣାର ତଦନ୍ତ, ପୁରୀ ବାସେଳିସାହି ଥାନା ଓ ବୀରମିତ୍ରପୁର ଥାନାରେ ହାଜତ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ ଧାରା ୩୦୨ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରିବା ଓ ନିରପେକ୍ଷ ତଦନ୍ତ ପାଇଁ ଉଭୟ ଜିଲ୍ଲାର ଏସ.ପି ଙ୍କୁ ନିଲମ୍ବିତ କରିବା , ଉଭୟ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିବାଦକାରୀ ମାନେ ଦାବି କରିଥିଲେ । ଆଜିର ଏହି ପ୍ରତିବାଦରେ ଆମେ ଭାରତବାସୀ, ଅଖିଳ ଭାରତ ଜନମଞ୍ଚ, ଜନ ଅଧିକାର ମଞ୍ଚ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ରାଜନୈତିକ ବନ୍ଦୀ ମୁକ୍ତି କମିଟି, ଇନସାଫ, ଲୋକଶକ୍ତି ଅଭିଯାନ, ସିପିଆଇ, ସିପିଏମ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ବସ୍ତି ସଂଘର୍ଷ ମଞ୍ଚ, ସୂଚନା ଅଧିକାର ଅଭିଯାନ ଓ ଅନ୍ୟାନ୍ୟ ରାଜନୈତିକ ଓ ଗଣ ସଂଗଠନର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories