www.samajalive.in
Monday, December 8, 2025
27.1 C
Bhubaneswar

ଅଞ୍ଜଳି ଶିଶୁ ଓ ଯୁବ ଆନ୍ତର୍ଜାତୀୟ ମହୋତ୍ସବ: କ୍ଲାଉନିଂ କଳାର ଲାଇଭ୍‌ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ

ଭୁବନେଶ୍ବର: ଆଜି ଥିଲା ଅଞ୍ଜଳି ଶିଶୁ ଏବଂ ଯୁବ ଆନ୍ତର୍ଜାତୀୟ ମହୋତ୍ସବର ୭ମ ଦିବସ। ପ୍ରଥମ କାର୍ଯ୍ୟକ୍ରମ ଏକ ଟକ୍‌ ଶୋ ‘ଜଙ୍ଗଲ ବିଷୟରେ ଜାଣିବା’ରୁ ଆରମ୍ଭ ହୋଇଥିଲା। ଏଥିରେ ଆଇଏଫ୍‌ଏସ୍‌ ପଦ୍ମ ମହାନ୍ତି ଯୋଗଦେଇ ଜୈବ ବିବିଧତା ସଂରକ୍ଷଣ ଏବଂ ଏହାର ଆବଶ୍ୟକତାକୁ ଅନୁକରଣ କରିବା ପାଇଁ କହିଥିଲେ। କ୍ଲାଉନିଂ କଳାର ଲାଇଭ୍‌ ପ୍ରଦର୍ଶନ ଦିନର ସବୁଠାରୁ ଆକର୍ଷଣୀୟ କର୍ମଶାଳା ଥିଲା। ଅବସରପ୍ରାପ୍ତ ଲେଫ୍ଟନେଣ୍ଟ କାମଣ୍ଡର ପ୍ରବୀନ ଟୁପୁଲେ ତାଙ୍କର କ୍ଲାଉନିଂ ଏବଂ ମ୍ୟାଜିକ୍‌ ସହିତ ପିଲାମାନଙ୍କୁ ମନୋରଞ୍ଜନ କରିଥିଲେ। ବିଜ୍ଞାନ ମଡେଲ ପ୍ରତିଯୋଗିତାରେ ପିଲାମାନେ ସେମାନଙ୍କର ବିଜ୍ଞାନ ମଡେଲ୍‌ ଉପସ୍ଥାପନ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ପଦ ଅନ୍ତରୀକ୍ଷ ଦାଶଙ୍କୁ ପ୍ରଦାନ କରାଯାଇଥିଲା। ଦ୍ବତୀୟ ପିନାକ ପ୍ରଦର୍ଶନ ଏବଂ ସାଇନି ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥଇଲା। ଅକ୍ଷିତ ତ୍ରିପାଠୀ ଆପିଆଲ୍‌କୁ ତୃତୀୟ ପୁରସ୍କାର ମିଳିଥିଲା।
ଅଞ୍ଜଳି ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପିଲାମାନଙ୍କ ପାଇଁ ଏକ ବିଜ୍ଞାନ କର୍ମଶାଳା ଆୟୋଜନ କରାଯାଇଥିଲା। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ବିଜ୍ଞାନ କାର୍ଯ୍ୟକ୍ରମ ସଂଯୋଜକ ତଥା ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ଶତପଥୀ ଏବଂ ଶିବାଶିଷ ମିଶ୍ର ପିଲାମାନଙ୍କ ବିଭିନ୍ନ ବିଜ୍ଞାନ ତଥ୍ୟ ବିଷୟରେ ଶିକ୍ଷାଦାନ କରିଥିଲେ।
ଏହି ଅବସରରେ ଆୟୋଜିତ ପ୍ୟାନେଲ୍‌ ବୈଠକରେ ଅରମାନ ଅଲ୍ଲି, ରାଧିକାଅଲ୍‌କାଜୀ, କେତେନ ମେହେଟ୍ଟା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସ୍ବାଭିମାନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଅଞ୍ଜଳି ମହୋତ୍ସବର ମୁଖ୍ୟ ସଂଯୋଜକ ଡ.ଶ୍ରୁତି ମହାପାତ୍ର ଏହି ପ୍ୟାନେଲ୍‌ରେ ଅତିଥି ପରିଚୟ ପ୍ରଦାନ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories