www.samajalive.in
Monday, December 8, 2025
17.1 C
Bhubaneswar

୮ୟୁନିଟରୁ ୪ଟି ଅଚଳ: ବୁର୍ଲା ଓ ଚିପିଲିମାରୁ ଉତ୍ପାଦନ ହେଉଛି ମାତ୍ର ୭୨ ମେଗାୱାଟ ବିଦ୍ୟୁତ

ବୁର୍ଲା : ଚଳିତ ବର୍ଷ ବର୍ଷା ଋତୁରେ ମଧ୍ୟ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ରହିଥିବା ସତ୍ୱେ ବିଜୁଳି ଉତ୍ପାଦନକୁ ତ୍ୱରାନ୍ବୀତ କରି ରଖିଦିଆଯାଇଥିଲା। ବାଧକ ସାଜିଥିଲା ୟୁନିଟମାନଙ୍କ ନବୀକରଣ ପ୍ରକ୍ରିୟା । ବିଶେଷକରି ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ସମୁଦାୟ ୭ଟି ୟୁନିଟ ମଧ୍ୟରୁ ମାତ୍ର ତିନୋଟି ୟୁନିଟ ହିଁ କାର୍ଯ୍ୟକ୍ଷମ ରହିଥିଲା। ସେପଟେ ଧିରେ ଧିରେ ବର୍ଦ୍ଧିତ ବିଜୁଳି ବିଲ୍ ମାଧ୍ୟମରେ ଉପଭୋକ୍ତାମାନଙ୍କ ଉପରେ ଚାପ ସୃଷ୍ଟି କରାଯାଇଛି । ଯାହାକି କରୋନା ମହାମାରୀ ପରିପ୍ରେକ୍ଷିରେ ଜନତାଙ୍କୁ କୋରଡ଼ା ମାଡ଼ ସଦୃଶ ହେଉଛି। ଉଭୟ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏବଂ ଚିପିଲିମା ଜଳବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ସମୁଦାୟ ଉତ୍ପାଦନ କ୍ଷମତା ୩୪୭ ମେଗାୱାଟରୁ ମାତ୍ର ୭୦ରୁ ୮୦ ମେଗାୱାଟ ହିଁ ବିଜୁଳି ଉତ୍ପାଦିତ ହେଉଛି । ଯାହା ମାତ୍ର ଏକ ଚତୁର୍ଥାଂଶ ।ବର୍ତ୍ତମାନ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ମାତ୍ର ତିନୋଟି ୟୁନିଟ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ନମ୍ବର ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। ଯାହାଫଳରେ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଚାଲିଥିବାବେଳେ ବିଜୁଳି ଉପଭୋକ୍ତାମାନେ ଲୁଟର ଶୀକାର ହୋଇ ଚାଲିଛନ୍ତି।
ପୂର୍ବରୁ ବର୍ଷା ଋତୁ ସମୟରେ ୟୁନିଟ୍‌ମାନ ନବୀକରଣ ବାହାନା ଏବଂ ବର୍ତ୍ତମାନ କେନାଲ ବନ୍ଦ ଥିବା ଫଳରେ ବିଜୁଳି ଉତ୍ପାଦନକୁ ବଧାପ୍ରାପ୍ତ ହେଉଥିବା ବାହାନା ଶୁଣିବାକୁ ମିଳିଛି। ବର୍ତ୍ତମାନ ମାତ୍ର ୫ ହଜାର ୫୯୮ କ୍ୟୁସେକ୍ ଜଳ ବୁୁର୍ଲା ଓଏଚପିସି ତରଫରୁ ବନ୍ଧରୁ ବିଜୁଳି ଉତ୍ପାଦନ ପାଇଁ ନିଆଯାଉଛି। ଏହି ପରିପ୍ରେକ୍ଷିରେ ଆଜି ଶନିବାର ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୪୩.୭୫୦ ମେଗାୱାଟ ଏବଂ ଚିପିଲିମା ୟୁନିଟ୍ ୨୮.୯୧୬ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ଜଣାପଡ଼ିଛି। ଗତକାଲି ଶୁକ୍ରବାର ବୁର୍ଲା ୟୁନିଟର ୪୪.୯୫୮ ଏବଂ ଚିପିଲିମା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୩୮.୧୨୫ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ଦୃଷ୍ଟାନ୍ତ ରହିଛି। ଯଦିବା ପୂର୍ଣ୍ଣ ମାତ୍ରାରେ ବର୍ଷାଦିନେ ବିଜୁଳି ଉତ୍ପାଦନ ହୋଇଥିଲେ ସମୁଦାୟ ୩୦ ହଜାର କ୍ୟୁସେକ୍ ଜଳ ବନ୍ଧର ଉପଯୋଗରେ ଆସିଥାନ୍ତା, ଯାହାକି ଦୁଇଟି ସୁଇସ୍ ଫାଟକ ମାଧ୍ୟମରେ ନିର୍ଗତ ହେଉଥିବା ଜଳରାଶି ଅଟେ । ମାତ୍ର ଏହା ବିଗତ ପ୍ରାୟ ଅନେକ ବର୍ଷ କାଳ ହେବ କରାଯାଉ ନାହିଁ। ୫ହଜାରରୁ ୧୦ ହଜାର କ୍ୟୁସେକ୍ ବନ୍ଧର ଜଳ ଉପଯୋଗରେ ଅଣାଯାଉଛି। ସେପଟେ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଚାରୋଟି ୟୁନିଟ ପ୍ରଥମ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ୟୁନିଟ୍ ନବୀକରଣ କାମ ପ୍ରାୟ ୧୦୦ କୋଟି ଟଙ୍କାର ଅର୍ଥଶ୍ରାଦ୍ଧ କରାଚାଲିଛି  ।ତାହା ମଧ୍ୟ ଠିକାଦାର ପୋଷା ନୀତିରେ। ଗତ ପ୍ରାୟ ଛଅ ବର୍ଷରୁ ଊର୍ଦ୍ଧ୍ବ କାଳ ହେବ ନବୀକରଣ କାମ ଚାଲିଛି । ଫଲଟ୍‍ ନାମରେ କମ୍ପାନି ଲୁଟି ଚାଲିଛି କୋଟି କୋଟି ଟଙ୍କା । ମାତ୍ର ଏହି କାର୍ଯ୍ୟ ସମାପ୍ତ ହେଉନାହିଁ। ଛଅମହଣ ଘିଅ ହେବ ନା ରାଧା ନାଚିବ ସଦୃଶ ବୁର୍ଲା ଓଏଚପିସି କେନ୍ଦ୍ରର ବ୍ୟବସ୍ତା ଚାଲିଛି।

ଏଭଳି ଭାବରେ ସୂଚନା ଥାଉକି, ଗତ ନଭେମ୍ବର ମାସ ୬ ତାରିଖରେ ବୁର୍ଲା ୟୁନିଟର ୯୬.୨୦୮ ଏବଂ ଚିପିଲିମା ୟୁନିଟର ୫୭.୩୩ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସ ୫ ତାରିଖ ଦିନ ବୁର୍ଲା ୟୁନିଟର ୧୦୮.୩୭୫ ମେଗାୱାଟ ଏବଂ ଚିପିଲିମା ୟୁନିଟର ୫୭.୪୫୮ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଛି। ବର୍ଷା ଋତୁରେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ରହିଥିଲା ।ମାତ୍ର ପୁଣି ବର୍ତ୍ତମାନ ବର୍ଷାଦିନ ପରେ ହୀରାକୁଦ ନଦୀବନ୍ଧର ଜଳରାଶିକୁ ବର୍ତ୍ତମାନ ଗଚ୍ଛିତ ରଖାଯିବ । ଏହି ଜଳରାଶି ଆଗାମୀ ବର୍ଷା ଋତୁ ପର୍ଯ୍ୟନ୍ତ ବ୍ୟବହାରରେ ଆସିବ । ମାତ୍ର ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଯନ୍ତ୍ରୀମାନଙ୍କ ଅପାରଗତା ବିଜୁଳି ଉତ୍ପାଦନ ମାତ୍ରାକୁ ତଳିତଳାନ୍ତ କରି ସାରିଲାଣି। ସୂଚନା ଥାଉକି, ଚଳିତ ବର୍ଷ ଗତ ଜୁନ ମାସ ୩ ତାରିଖରେ ୬୯.୨୦୮ ମେଗାୱାଟ, ୪ ତାରିଖରେ ୭୬.୯୧୭ ମେଗାୱାଟ, ୫ ତାରିଖରେ ୭୫.୫୪୨, ୬ ତାରିଖରେ ୭୮.୩୭୫ ମେଗାୱାଟ, ୭ ତାରିଖରେ ୭୮.୭୦୮ ମେଗାୱାଟ, ୮ ତାରିଖରେ ୬୯.୮୭୫ ମେଗାୱାଟ, ୯ ତାରିଖରେ ୭୯.୫୦୦ ମେଗାୱାଟ, ୧୦ ତାରିଖରେ ୭୫.୬୨୫ ମେଗାୱାଟ, ୧୧ ତାରିଖରେ ୮୫.୧୨୫ ମେଗାୱାଟ, ୧୨ ତାରିଖରେ ୬୯.୨୫୦ ମେଗାୱାଟ, ୧୩ ତାରିଖରେ ୮୫.୮୭୫ ମେଗାୱାଟ, ୧୪ ତାରିଖରେ ୮୮.୦୮୩ ମେଗାୱାଟ, ୧୫ ତାରିଖରେ ୮୪.୪୧୭ ମେଗାୱାଟ ଏବଂ ଆଜି ୮୧.୬୨୫ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବା ଦୃଷ୍ଟାନ୍ତ ରହିଛି। ବର୍ତ୍ତମାନ ବୁର୍ଲା ୟୁନିଟର ମାତ୍ର ତିନୋଟି ୟୁନିଟ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ନମ୍ବର ୟୁନିଟ୍ ହିଁ କାର୍ଯ୍ୟକ୍ଷମ ରହିଛି। ତେବେ ୪ ନମ୍ବର ୟୁନିଟରେ ଜର୍ମାନ ଟେକ୍ନୋଲୋଜି ରହିବା ଫଳରେ କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ତାକୁ ସଜାଡ଼ିବା ପାଇଁ ଅନେକ ଅସୁବିଧା ହୋଇଥାଏ। ଏପରି ଭାବରେ ୪ ନମ୍ବର ୟୁନିଟ୍ ଅଚଳ ହେବା ଦୃଷ୍ଟାନ୍ତ ମାନ ରହିଛି। ଏପରି ଭାବରେ ସର୍ବାଧିକ ଉତ୍ପାଦନ କ୍ଷମତାରୁ ଛଅ ଭାଗରୁ ଭାଗେ ବିଜୁଳି ଉତ୍ପାଦନ କରି କାମଚଳା ଭାବରେ ବିଜୁଳି ଉତ୍ପାଦନ ବ୍ୟବସ୍ତା ଚାଲିଛି। ସର୍ବାଧିକ ଚାରୋଟି ୟୁନିଟ ପ୍ରଥମ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ୟୁନିଟ୍ କର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା ବେଳେ ଦୁଇଟି ନବୀକରଣ ଏବଂ ଦୁଇଟିକୁ ରକ୍ଷଣାବେକ୍ଷଣ କରାଯାଉଥିବା ଜଣାପଡ଼ିଛି। ମାତ୍ର ତିନିଗୋଟି ୟୁନିଟରେ ସ୍ୱଳ୍ପ ମାତ୍ରାରେ ବିଜୁଳି ଉତ୍ପାଦନ ଚାଲିଛି ।ସେପଟେ ଉପଭୋକ୍ତାଙ୍କୁ ଏହାର କ୍ଷତିପୂରଣ ଦେବାକୁ ପଡ଼ୁଛି ।ବର୍ଦ୍ଧିତ ବିଜୁଳି ବିଲ୍ ପୈଠ କରି ଏକପ୍ରକାର ଉଭୟ ବିଜୁଳି ଉତ୍ପାଦନ କେନ୍ଦ୍ରକୁ ବିଭିନ୍ନ ମାଧ୍ୟରେ ତଳିତଳାନ୍ତ କରିଦିଆଯାଇଛି ।ଏହିଭଳି ଭାବରେ ବିଜୁଳି ଉତ୍ପାଦନ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟାଇ ଚାଲିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories