www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ – ମିଥ୍ୟା ଖବର ଉପରେ ପଦକ୍ଷେପ ନିଅ, ନହେଲେ ବାହାର ସଂସ୍ଥାକୁ ଦାୟିତ୍ୱ ଦେବୁ

ତବଲିଗି ଜମାତ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟ ସହ ଜଡିତ ଏକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ରକୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମଗୁଡ଼ିକର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ସରକାର ଏକ ବ୍ୟବସ୍ଥା ସୃଷ୍ଟି କରନ୍ତୁ, ଯଦି ଏହା ନକରନ୍ତି, ତେବେ ବାହ୍ୟ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।

ଜାମିଅତ୍-ଉଲେମା-ଏ-ହିନ୍ଦ ଚଳିତ ବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। କରୋନା ସମୟରେ ତବଲିଗି ଜମାତ ଉପରେ ପ୍ରସ୍ତୁତ ଟିଭି ରିପୋର୍ଟ ପାଇଁ ଏହି ଆବେଦନ କରାଯାଇଥିଲା। ସେହି ମୁସଲିମ ସଂଗଠନ କହିଛି ଯେ କେତେକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସଂଖ୍ୟାଲଘୁଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ସେମାନେ ବିପଦ ବୋଲି ଦର୍ଶାଉଛନ୍ତି।ସୁପ୍ରିମକୋର୍ଟ ଏହି ମାମଲାରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଆମେ ନ କହିବା ପର୍ଯ୍ୟନ୍ତ ସରକାର ପଦକ୍ଷେପ ନେବେ ନାହିଁ।

- Advertisement -

ଆଜି ପ୍ରଧାନ ବିଚାରପତି ଏସ୍.ଏ.ବୋବଡେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ କେନ୍ଦ୍ରର ଜବାବ ସମ୍ପର୍କରେ କହିଛନ୍ତି, ‘କେନ୍ଦ୍ରର ଉତ୍ତରରେ କୋର୍ଟ ଖୁସି ନୁହଁନ୍ତି। ଏଥିରେ ଏଭଳି କୌଣସି ତଥ୍ୟ ନାହିଁ ଯାହା ଦ୍ୱାରା କେବୁଲ ଟିଭି ନେଟୱାର୍କ ଅଧିନିୟମ ଅନୁଯାୟୀ କେନ୍ଦ୍ରର କେଉଁ କ୍ଷମତା ଅଛି ତାହା ଜାଣିହେବ ଓ ଏହିପରି ଅଭିଯୋଗର ସମାଧାନ ହୋଇପାରିବ। କେବୁଲ ଟିଭି ନେଟୱାର୍କର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଏହି ଅଧିନିୟମକୁ କିପରି ବ୍ୟବହାର କରାଯାଇପାରିବ ତାହା କେନ୍ଦ୍ର ବ୍ୟାଖ୍ୟା କରିବା ଉଚିତ୍।’

ଏ ନେଇ ସତ୍ୟପାଠରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଦିଆଯାଇନଥିବା ଦର୍ଶାଇ ପ୍ରଧାନ ବିଚାରପତି କହିଛନ୍ତି ଯେ ଏହିପରି ଅଭିଯୋଗର ସମାଧାନ ପାଇଁ କେନ୍ଦ୍ର କେଉଁ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ସତ୍ୟପାଠରେ ଉଲ୍ଲେଖ ନାହିଁ। ତେଣୁ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଏ କ୍ଷେତ୍ରରେ ଯଦି କେନ୍ଦ୍ରର ଅଧିକାର ନାହିଁ, ତେବେ ଶୀଘ୍ର ପଦକ୍ଷେପ ନିଅନ୍ତୁ ଅନ୍ୟଥା କୌଣସି ବାହ୍ୟ ସଂସ୍ଥାକୁ ଦାୟିତ୍ୱ ଦିଆଯିବ। ମିଥ୍ୟା ଖବର ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ଓ ସରକାରଙ୍କ କଣ ଅଧିକାର ରହିଛି ସେ ସମ୍ପର୍କରେ ଆସନ୍ତା ୩ ସପ୍ତାହ ମଧ୍ୟରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ନ୍ୟାସନାଲ ବ୍ରୋଡକାଷ୍ଟିଂ ଆସୋସିଏସନକୁ ମଧ୍ୟ ଏହି ପ୍ରସଙ୍ଗରେ ଏକ ପାର୍ଟି କରାଯିବା ଉଚିତ ବୋଲି କୋର୍ଟ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି। ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ କୋର୍ଟକୁ କହିଛି ଯେ ୫୦ଟି ଏଭଳି ଅଭିଯୋଗର ବିଚାର ଚାଲିଛି ଯେତେବେଳେ ଏନବିଏ କହିଛି ଯେ ଆମକୁ ଏଭଳି ୧୦୦ଟି ଅଭିଯୋଗ ଆସିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories