www.samajalive.in
Tuesday, December 9, 2025
16.1 C
Bhubaneswar

ସରକାରୀ ସ୍କୁଲ ମିଶ୍ରଣ ଓ ବିଇଡି କଲେଜ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଏଆଇଡିଏସଓର ବିକ୍ଷୋଭ

ବଲାଙ୍ଗିର : ରାଜ୍ୟ ସରକାରଙ୍କର ସରକାରୀ ସ୍କୁଲ ମିଶ୍ରଣ ନାଁରେ ୧୪ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଭିତ୍ତିଭୂମି ଓ ଅଧ୍ୟାପକ ଅଭାବ ଆଳରେ ୧୪ଟି ସରକାରୀ ବି.ଇଡି କଲେଜ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏ.ଆଇ.ଡି.ଏସ.ଓ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ବଲାଙ୍ଗିର ଜିଲ୍ଲାର ୩୭୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଜିଲାର ଏକମାତ୍ର ବି.ଇଡି କଲେଜ ବନ୍ଦ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉଛି। ଫଳରେ ବଲାଙ୍ଗିର ଭଳି ଏକ ଦାଦନ ଅଧ୍ୟୁଷିତ ପଛୁଆ ଅଞ୍ଚଳର ଗରିବ, ମଧ୍ୟବିତ୍ତ ବର୍ଗର ହଜାର ହଜାର ଛାତ୍ରଛାତ୍ରୀ ତାଙ୍କର ପ୍ରାଥମିକ ଅଧିକାର ଶିକ୍ଷାରୁ ବଞ୍ଚିତ ହେବେ। ଜିଲ୍ଲାର ଏକମାତ୍ର ବି.ଇଡି କଲେଜରେ ବଲାଙ୍ଗିର ଜିଲା ତଥା ଆଖପାଖ ୫/୬ଟି ଜିଲାର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷା ତାଲିମ କମ ଖର୍ଚ୍ଚରେ ପାଇପାରୁଥିଲେ। କିନ୍ତୁ ଏହା ବନ୍ଦ ହେବା ଦ୍ୱାରା ବହୁ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ତାଲିମ ନେବାକୁ ଯାଇ ଆର୍ଥିକ ଶୋଷଣର ଶିକାର ହେବା ସହ ଉଚ୍ଚମାନର ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛି ଏ.ଆଇ.ଡି.ଏସ.ଓ। ଏହି ପରିପ୍ରେକ୍ଷିରେ ଏ.ଆଇ.ଡି.ଏସ୍‍.ଓ ସରକାରଙ୍କର ୧୪୦୦୦ ସ୍କୁଲ ଓ ୧୪ଟି ବି.ଇଡି କଲେଜ ବନ୍ଦ କରିବା ନିଷ୍ପତ୍ତିକୁ ଦୃଢ ପ୍ରତିବାଦ ଜଣାଇବା ସହ ବଲାଙ୍ଗିର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୪ଦଫା ଦାବିପତ୍ର ପ୍ରଦାନ କରିଛି। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଏ.ଆଇ.ଡି.ଏସ୍‍.ଓ ତରଫରୁ ଜିଲା ସଭାପତି ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ଅଲ୍‍ ଇଣ୍ଡିଆ କାଉନସିଲ ମେମ୍ବର ସୁନିଲ ଭୋଇ, ଜିଲା ଉପସଭାପତି କୁଶପୃଷ୍ଟି ବାଗ, ସମ୍ପାଦକ ମଧୁସୂଦନ ବାଗ, ଅଫିସ ସମ୍ପାଦକ ବିକାଶ ଜେନା, ପାଟଣାଗଡ ଉପଖଣ୍ଡ ସଭାପତି ତାମସ କୁମାର ବେହେରା, ଉପସଭାପତି ଅହଲ୍ୟା ସାହୁ, ସଂପାଦକ ଗୌରୀ ରାଉତଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories