www.samajalive.in
Tuesday, December 9, 2025
17.1 C
Bhubaneswar

ନଗର ଉନ୍ନୟନ ବିଭାଗର ଅଜବ ନୀତି : ଛୋଟ ପ୍ଲଟ୍‌କୁ ମିଳୁନି ପ୍ଲାନ୍

ଭୁବନେଶ୍ବର : ରାଜଧାନୀରେ ବେଆଇନ ନିର୍ମାଣ ଓ ଜବରଦଖଲ ଯୋଗୁଁ ଅନେକ ସମସ୍ୟା ଉପୁଜୁଛି। ନକ୍ସାକୁ ଉଲ୍ଲଘଂନ କରି ଘର ନିର୍ମାଣ କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବେଆଇନ ନିର୍ମାଣକୁ ବନ୍ଦ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୧୫ ଅଗଷ୍ଟରେ ବିନା ଲେ-ଆଉଟ୍ ପ୍ଲାନ୍‌ରେ କୌଣସି ଜମିରେ ଘର କରିବା ଉପରେ କଟକଣା ଜାରି କରିଥିଲା। ୨୦୧୭ ମେ ୩୦ରେ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦେଶନାମା ପ୍ରକାଶ ପାଇଥିଲା।

ଏହାପରେ କୌଣସି ସବ୍ ପ୍ଲଟ୍‌ରେ ବିନା ଲେ-ଆଉଟ୍ ପ୍ଲାନ୍‌ ମଞ୍ଜୁରୀ ବିନା ନିର୍ମାଣ ଉପରେ କଟକଣା ଲାଗିଗଲା। ସରକାରଙ୍କର ଏହି ନିର୍ଦେଶନାମା ରାଜଧାନୀରେ ବେଆଇନ ନିର୍ମାଣକୁ ବନ୍ଦ କରିଦେବ ବୋଲି ଜନସାଧାରଣ ଧରି ନେଇଥିଲେ। ହେଲେ ଗୃହ ଓ ନଗର ଉନ୍ନୟନ ବିଭାଗର ଅଜବ ନୀତି ଯୋଗୁଁ ଏବେ ହଜାର ହଜାର ଲୋକେ ଘର କରି ନ ପାରି ହନ୍ତସନ୍ତ ହେଉଛନ୍ତି। ଜମି ମାଲିକଙ୍କଠାରୁ ସବ୍‌ ପ୍ଲଟ୍‌ ଖଣ୍ଡେ ସ୍ବଳ୍ପ ମୂଲ୍ୟରେ କିଣି ଥିବା ସାଧାରଣ ଲୋକେ ଏବେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘର ଖଣ୍ଡେ କରି ପାରୁନାହାନ୍ତି। ଜମି କିଣିଥିବା ଲୋକ ଏବେ ବିଏମ୍‌ସି ଓ ବିଡିଏ‌େ‌ର ଚକ୍କର କାଟୁଛନ୍ତି। ସେମାନଙ୍କୁ ନକ୍ସା କରାଇ ଦେବା ଲାଗି ବିଭିନ୍ନ ବାହାନା ଦେଖାଇ କିଛି ଦଲାଲ୍‌ ଶୋଷଣ କରି ଚାଲିଛନ୍ତି। ଏମିତି ମାସ ମାସ ଧରି ଲୋକେ ତାଙ୍କ ପ୍ଲାନ୍‌ ମିଳିଯିବ ବୋଲି ଚାତକ ପରି ଚାହିଁ ବସିଛନ୍ତି।

- Advertisement -

ବିଲ୍‌ଡରମାନେ ସେମାନଙ୍କର ପ୍ଲଟିଂ ସ୍କିମ୍‌ରେ ଲେ-ଆଉଟ୍‌ ପ୍ଲାନ୍‌ ବିଏମ୍‌ସି କିମ୍ବା ବିଡିଏରୁ ନେଲେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ସେହିପରି ନିୟମ ଅନୁସାରେ ସେମାନଙ୍କର ଅନେକ ଜମି କମି ଯିବ। ତେଣୁ ସେମାନେ ଲେ-ଆଉଟ୍‌ ପ୍ଲାନ୍‌ ମଞ୍ଜୁର ନ କରି ଜନସାଧାରଣଙ୍କୁ ଟିକେ କମ୍‌ ଦାମ୍‌ରେ ବିକ୍ରି କରିଦେଉଛନ୍ତି। ନକ୍ସାରେ ଉପଭୋକ୍ତାଙ୍କୁ ଜମିକୁ ରାସ୍ତା ଥିବା ଦର୍ଶାଇ ବିଲ୍‌ଡରମାନେ ଚତୁରତାର ସହିତ ଖସି ଯାଉଛନ୍ତି। ହେଲେ ଏଭଳି ଷଡ଼ଯନ୍ତ୍ରରେ ବିଚରା ଫସି ଯାଉଛନ୍ତି ସାଧାରଣ ଜନତା। ବିଏମ୍‌ସି ପ୍ଲାନିଂ ବିଭାଗର ମୁଖ୍ୟ ବନ୍ଦନା ମହାପାତ୍ର କହିଛନ୍ତି, ଅନେକ ଲୋକ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ଯେଉଁ ନିୟମ କରିଛନ୍ତି ସେହି ଅନୁସାରେ ପ୍ଲାନ୍‌ ଦେବାକୁ ପଡୁଥିବାରୁ ଆମେ ଏଥିରେ କିଛି କରିପାରୁନାହୁଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories