www.samajalive.in
Monday, December 8, 2025
17.1 C
Bhubaneswar

ପାରିବାରିକ କଳହରୁ ପତ୍ନୀକୁ ହତ୍ୟା 

ଧମା/ମାନେଶ୍ୱର :  ଯୁଯୁମୁରା ବ୍ଳକ ମେଘପାଳ ପଞ୍ଚାୟତ ଘୁଷୁରିଆବାହାଲ ଗାଁରେ ପାରିବାରିକ କଳହରୁ ପତି ନିଜ ପତ୍ନୀକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ପ୍ରମୋଦ ଭୋଇସାର ଓ ତାଙ୍କ ପତ୍ନୀ ପାର୍ବତୀ ଭୋଇସାର (୩୮)ଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ବିଳମ୍ବିତ ରାତିରେ ପ୍ରମୋଦ ଏକ ଟାଙ୍ଗିଆରେ ପାର୍ବତୀଙ୍କ ମୁଣ୍ଡରେ ଚୋଟ ମାରିଥିଲେ। ପତ୍ନୀ ଅଚେତ ହୋଇଯିବା ପରେ ସେ ମରିଯାଇଥିବା ଭାବି ପରିବାରଲୋକେ ଚୁପ ରହିଯାଇଥିବା କୁହାଯାଉଛି। ଘଟଣାକୁ ଚପାଇବା ପାଇଁ ଡାକ୍ତରଖାନାକୁ ନ ଆଣିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଓ ଟାଙ୍ଗିଆ ଜବତ କରିବା ସହ ସ୍ବାମୀ ପ୍ରମୋ​ଦକୁ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ଯୁଯୁମୁରା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଆସନ୍ତାକାଲି ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories