www.samajalive.in
Monday, December 8, 2025
27.1 C
Bhubaneswar

୩୫ଲକ୍ଷ ଟଙ୍କା ଲୁଟି ନେଲେ ୬ ଦୁର୍ବୃତ୍ତ; ଟଙ୍କା ଧରି ଫେରୁଥିଲେ ଦୁଇ ବ୍ୟାଙ୍କ ଅଧିକାରୀ

କୁଚିଣ୍ଡା: ଜମା ରଖିବା ପାଇଁ ୩୫ଲକ୍ଷ ଟଙ୍କା ଏକ ଗାଡ଼ିରେ ଆଣୁଥିଲେ ୨ଜଣ ବ୍ୟାଙ୍କ ଅଧିକାରୀ। ନିଜ ବ୍ୟାଙ୍କରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ୨ଜଣ ବ୍ୟାଙ୍କ ଅଧିକାରୀଙ୍କୁ ମାରଣାସ୍ତ୍ର ଦେଖାଇ ୬ଜଣ ଲୁଟେରା ଲୁଟିନେଲେ ୩୫ଲକ୍ଷ ଟଙ୍କା। ଏଭଳି ଏକ ଘଟଣା ଘଟିଛି ଲଇମୁରା ଅଞ୍ଚଳରେ। ଆଜି ଆନ୍ଧ୍ର ବ୍ୟାଙ୍କ ଲଇମୁରା ଶାଖାର ୨ଜଣ ବ୍ୟାଙ୍କ ଅଧିକାରୀ ୩୫ଲକ୍ଷ ଟଙ୍କା ଧରି ଫେରୁଥିବାବେଳେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ୬ଜଣ ଦୁର୍ବୃତ୍ତ ସେମାନଙ୍କଠାରୁ ସମସ୍ତ ଟଙ୍କା ଲୁଟ୍‌ କରି ନେଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସୂଚନା ଅନୁଯାୟୀ ଆଜି ଅପରାହ୍ମ ପ୍ରାୟ ସାଢେ ୪ଟାରେ ଦେବଗଡ ଜିଲା ତିଲେଇବଣୀ ବ୍ଲକ ଲଇମୁରା ଆନ୍ଧ୍ର ବ୍ୟାଙ୍କର ଶାଖା ପରିଚାଳକ, ସହଶାଖା ପରିଚାଳକ ଏକ ଭଡା ବଲେରୋରେ ସମ୍ବଲପୁରରୁ ପ୍ରାୟ ୩୫ଲକ୍ଷ ଟଙ୍କା ଧରି ଲଇମୁରା ଫେରୁଥିଲେ। କୁଚିଣ୍ଡା ଥାନା ସୀମାନ୍ତ କରଙ୍ଗାମାଲ ନିକଟସ୍ଥ ଠୁଟିପିପେଲସ୍ଥ ଏକ ନିର୍ମାଣଧିନ ପୋଲ ନିକଟରେ ୬ଜଣ ଦୁର୍ବତ୍ତ ଗାଡିକୁ ଅଟକାଇ ବ୍ୟାଙ୍କ ଅଧିକାରୀଙ୍କୁ ମାରଣାସ୍ତ୍ର ଦେଖାଇ ସମସ୍ତ ୩୫ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ସଂପୃକ୍ତ ଅଞ୍ଚଳ ନେଟୱାର୍କ ଲାଗୁନଥିବାରୁ ବ୍ୟାଙ୍କ ଅଧିକାରୀମାନେ ଭୋଜପୁର ନିକଟକୁ ଫେରି କୁଚିଣ୍ଡା ପୁଲିସ ନିକଟରେ ଅଭିଯୋଗ କରିଥିଲେ। କୁଚିଣ୍ଡା ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳ ପରିଦର୍ଶନ କରିଥିଲା ଏବଂ ସମସ୍ତ ରାସ୍ତାକୁ ସିଲ କରି ଖାନତଲାସ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories