www.samajalive.in
Sunday, December 7, 2025
23.1 C
Bhubaneswar

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଖଣି ବିଶେଷଜ୍ଞ ତାଲିକାରେ ଡ଼. ବି.କେ.ମିଶ୍ର ଦେଶରେ ଶ୍ରେଷ୍ଠ

ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଗବେଷକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଆ ବିଶେଷଜ୍ଞ ଡ଼.  ବି.କେ. ମିଶ୍ର । ଡ଼. ମିଶ୍ର ଏବେ ଗୋଆ ଆଇଆଇଟିର ନିର୍ଦେଶକ ଅଛନ୍ତି । ଖଣି କ୍ଷେତ୍ରରେ ତାଙ୍କର ଗବେଷଣା ଓ ଅନୁସନ୍ଧାନ ନିମନ୍ତେ ଡ଼. ମିଶ୍ରଙ୍କ ଅବଦାନ ନିମନ୍ତେ ଷ୍ଟାନଫୋର୍ଡ଼ ବିଶ୍ବବିଦ୍ୟାଳୟ ତାଲିକାରେ ସେ ସ୍ଥାନ ପାଇଛନ୍ତି । କେବଳ ସେତିକି ନୁହେଁ ନିଜ କ୍ଷେତ୍ରରେ ସେ ଦେଶର ଶ୍ରେଷ୍ଠ ବିଶେଷଜ୍ଞ ଭାବରେ ଷ୍ଟାନଫୋର୍ଡ଼ ବିଶ୍ବବିଦ୍ୟାଳୟ ପ୍ରକାଶିିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଡ଼. ମିଶ୍ର ପୂର୍ବରୁ ଭୂୁବନେଶ୍ବର ଆଇଆଇଏମଟିର ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ରାଉରକେଲା ଏନଆଇଟିର ବିଶିଷ୍ଟ ଆଲୁମିନି ଭାବରେ ପରିଚିତ ଡ଼. ମିଶ୍ର ଆଇଆଇଟି କାନପୁରରେ ମଧ୍ୟ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୭ ମସିହାରେ ସେ ଗୋଆ ଆଇଆଇଟିର ନିର୍ଦେଶକ ଭାବରେ ଯୋଗଦାନ କରିଥିଲେ । ଏନଆଇଟିରୁ ମେଟ୍ରୁଲୋଜିକାଲ ଇଞ୍ଜିନିଅରିଂରେ ସ୍ନାତକ ଓ ଆମେରିକାର ଓଟ୍ହା ବିଶ୍ବବିଦ୍ୟାଳୟରୁ ପିଏଚଡ଼ି ଡ଼ିଗ୍ରୀ ହାସଲ କରିଛନ୍ତି । ଇଣ୍ଡିଆନ ନେସନାଲ ଏକାଡ଼େମୀ ଅଫ ଇଞ୍ଜିନିଅରିଂରୁ ସେ ଜାତୀୟ ଭୂ ବିଜ୍ଞାନ ସମ୍ମାନ ସହ ଅନେକ ସମ୍ମାନ ପାଇଛନ୍ତି । । ସେ ପୂର୍ବରୁ ଲୁହାପଥର ଖନନର ଗୋଆ ପରିବେଶ ଉପରେ ପ୍ରଭାବ ଆକଳନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ।

- Advertisement -

 

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories