www.samajalive.in
Monday, December 8, 2025
17.1 C
Bhubaneswar

ସ୍ତ୍ରୀ ଗଳାକାଟି ହତ୍ୟାକଲା ମଦ୍ୟପ ସ୍ୱାମୀ, ବେସାହାରା ହେଲା ୨ ମାସର ଶିଶୁପୁତ୍ର

କୋଲାବନଗର: ସ୍ବାମୀଙ୍କୁ ମଦ ପିଇବାକୁ ବାରଣ କଲେ ସ୍ତ୍ରୀ। ଏଥିରେ ରାଗି ଯାଇ ମଦ୍ୟପ ସ୍ବାମୀ ଅତି ବର୍ବୋରଚିତ ଭାବେ ସ୍ତ୍ରୀର ଗଳାକାଟି ହତ୍ୟାକଲା। ତେବେ ମଦ୍ୟପ ସ୍ବାମୀଙ୍କ ଏଭହି ଜଘନ୍ୟ ହତ୍ୟାକାଣ୍ଡ ପରେ ଏବେ ମାତ୍ର ୨ ମାସର ଶିଶୁପୁତ୍ର ବେସାହାରା ହୋଇଯାଇଛି।
କୋରାପୁଟ ସଦର ଥାନା ଅନ୍ତର୍ଗତ ଦେବିଘାଟ ପଞ୍ଚାୟତର ଧଉଡା ପଦର ଗ୍ରାମରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଯାଇଛି। ମଦ୍ୟପ ସ୍ୱାମୀ କାର୍ତ୍ତିକ ଟାକରି ମଦ ନିଶାରେ ସ୍ତ୍ରୀର ଗଳା କାଟି ୨ ଖଣ୍ଡ କରିଦେଇଛି। ଚିକେନ କାଟିବା ଧାରୁଆ ଆସ୍ତ୍ର, ଖଣ୍ଡା ଓ ମାରଣାସ୍ତ୍ର ଦ୍ୱାରା ସ୍ତ୍ରୀ ପାର୍ବତୀ ଓରଫ ମିଲ୍ଲି କମାରକୁ ଶରୀରିକୁ ୨ ଖଣ୍ଡ କରି ଅତି ନୃଶଂସ ଭାବେ ହତ୍ୟା କରିଛି। ମଦ ପିଇ କାର୍ତ୍ତିକ ଏପରି କାଣ୍ଡ ଭିଆଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି।

 

- Advertisement -

ପାରିବାରିକ କଳହରୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଥିବା ବେଳେ ସେମାନଙ୍କ ଏକ ୨ ମାସର ପୁତ୍ର ସନ୍ତାନ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକକୁ ଗିରଫ କରିଥିବାବେଳେ ଗ୍ରାମରେ ଉତ୍ତେଜନା ଦେଖାଯାଇଛି।
ପ୍ରତ୍ୟେକ ଦିନ ଅଭିଯୁକ୍ତ ସ୍ୱାମୀ କାତର୍ତ୍ତିକ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ମଦ ପିଇବାକୁ ନେଇ ଝଗଡା ଓ ଅସନ୍ତୋଷ ଲାଗି ରହିଥିଲା। ଗତକାଲି କାର୍ତ୍ତିକ ବିଳମ୍ବିତ ରାତିରେ ମଦ ପିଇ ଘରକୁ ଆସିଥିଲା। ଏହାପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗି ଯାଇ ମଦ୍ୟପ ସ୍ୱାମୀ କାର୍ତ୍ତିକ ବିଭିନ୍ନ ମରାଣାସ୍ତ୍ରରେ ରାତି ସାରା ସ୍ତ୍ରୀ ପାର୍ବତୀକୁ ଅମାନିବିୟ ଭାବେ ହତ୍ୟା କରିଥିଲା। ରାତିରେ କାର୍ତ୍ତିକର ଉଗ୍ର ରୂପ ଦେଖି ସମ୍ପର୍କୀୟ ଓ ସାହିପଡ଼ୋଶୀ ଭୟଭିତ ହୋଇଯାଇଥିଲେ। କାର୍ତ୍ତିକ କବାଟ କିଳି ସ୍ତ୍ରୀ ହତ୍ୟା କରୁଥିଲା ବେଳେ ଘର ଭିତରେ ୨ ମାସର ଶିଶୁ ଚିତ୍କାର କରି କାନ୍ଦୁଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକକୁ ଗିରଫ କରିଛି। ଏହା ସହିତ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଆସିଛି। ଏନେଇ କୋରାପୁଟ ସଦର ଥାନାରେ ୩୦୨ ଦଫାରେ ୧୨୬/୨୦ ହତ୍ୟା ମାମଲା ରୁଜୁ ପୋଲିସ ତଦନ୍ତ କରୁଛି। ସ୍ତ୍ରୀ ପାର୍ବତୀର ଶବ ବ୍ୟବଛେଦ ପରେ ତାଙ୍କର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତ କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଯାଇଛି। ଗ୍ରାମବସୀମାନେ ପୁଲସ ଗାଡି ଅଟାକଇବା ସହ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଗ୍ରାମର ସରପଞ୍ଚା ଓ ଗ୍ରାମବସୀ ଅଭିଯୁକ୍ତ କାର୍ତ୍ତିକକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଘଟଣା ସ୍ଥଳକୁ ଯାଇ ସଦର ଥାନା ଅଧିକାରି ସମର୍ପିତା ସ୍ୱାଇଁ, ଏସଆଇ ଶ୍ବେତପଦ୍ମା ସେଠ୍‍, କୋଲାବ ଫାଣ୍ଡି ଅଧିକାରି ଅର୍ଜୁନ ବାଙ୍କା ପ୍ରମୁଖ ତଦନ୍ତ ତଦନ୍ତ ଜାରି ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories