www.samajalive.in
Monday, December 8, 2025
27.1 C
Bhubaneswar

କାର୍ତ୍ତିକ ମାସ ସୋମବାର : ଜାଣନ୍ତୁ ଏହି ଶୈବ ପୀଠ ବିଷୟରେ

ସମୁଦ୍ର ମନ୍ଥନ ସମୟରେ ରତ୍ନ ସହ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ହେତୁ ସମସ୍ତ ଦେବଦେବୀ ଓ ପ୍ରାଣୀ ଜଗତ ବ୍ୟାକୁଳ ହୋଇଉଠିଥିଲେ। ଏହି ସମୟରେ ପ୍ରଭୁ ମହାଦେବ ଏହି ବିଷକୁ ପାନ କରି ସଭିଁଙ୍କୁ ଉଦ୍ଧାର କରିଥିଲେ। ସେହି ବିଷ ପାନ କରିବା ଦ୍ୱାରା ଭୋଳାନାଥଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା। ଏହି ବିଷର ଜ୍ୱାଳାକୁ ଶାନ୍ତ କରିବା ନିମନ୍ତେ ପ୍ରଭୁ ମହେଶ୍ୱର କୈଳାସ ପର୍ବତ ଛାଡ଼ି ଏକ ଶୀତଳ ସ୍ଥାନ ଅନ୍ୱେଷଣରେ ଯାଇଥିଲେ। ହିମାଳୟରେ ବିଚରଣ କରୁଥିବା ବେଳେ ସେ ମଣିକୁଟ ପର୍ବତରେ ପହଞ୍ଚିଥିଲେ। ଏଠାରେ ପ୍ରଭୁ ଶିବଶଙ୍କର ମଧୁମତୀ ଓ ପଙ୍କଜା ଜଳ ଧାରାର ସଙ୍ଗମରେ ଅଜ୍ଞାତ ବାସରେ ସମାଧିସ୍ଥ ହୋଇ ବିଷ ଜ୍ୱାଳାକୁ ଶାନ୍ତି କରିଥିଲେ। ସମୟକ୍ରମେ ଏହି ସ୍ଥାନ ଶ୍ରୀନୀଳକଣ୍ଠ ମହାଦେବ ନାମରେ ଖ୍ୟାତି ଲାଭ କଲା। ସ୍କନ୍ଦପୁରାଣ ପୁରାଣ, କେଦାରଖଣ୍ଡ ଓ ଶିବ ପୁରାଣରେ ଏହାର ଉଲ୍ଲେଖ ରହିଛି। ପ୍ରାଚୀନ ନୀଳକଣ୍ଠ ଧାମ ଶିବ ଭକ୍ତ ମାନଙ୍କ ଏକ ପ୍ରମୁଖ ସ୍ଥାନ ପାଲଟିଛି। ଶ୍ରାବଶ ମାସରେ ଏଠାରେ ହେଉଥିବା କାଉଡ଼ି ଯାତ୍ରା (ବୋଲବମ୍‍)ରେ ଏଠାରେ ବହୁ ଦେଶରୁ ଲକ୍ଷଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ଏଠାକୁ ପାଣି ନେଇ ଯାଇ ବହୁ ଭକ୍ତ ଭଗବାନ ଶିବଙ୍କ ଠାରେ ଜଳାଭିଷେକ କରିଥାଆନ୍ତି।
ଦିଲ୍ଳୀ ଠାରୁ ଏହି ନୀଳକଣ୍ଠ ମନ୍ଦିର ପାଖାପାଖି ୨୫୦ କିଲୋମିଟର ଦୂରରେ ଅବସ୍ଥିତ। ଦିଲ୍ଲୀ ଠାରୁ ତୀର୍ଥନଗରୀ ଋଷିିକେଶ ପର୍ୟ୍ୟନ୍ତ ଯିବାକୁ ବସ୍‍,ଟ୍ରେନ,ଉଡ଼ାଜାହାଜ ଆଦିର ସୁବିଧା ରହିଛି। ବହୁ ପ୍ରସିଦ୍ଧ ଏହି ଶୈବ ପୀଠରେ ସହତ୍ସାଧିକ ଭକ୍ତଙ୍କ ଭିଡ଼ ଜମିଥାଏ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories