www.samajalive.in
Tuesday, December 9, 2025
16.1 C
Bhubaneswar

ଦୀପାବଳି ପରେ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର : ମୁଖ୍ୟମନ୍ତ୍ରୀ ଉଦ୍ଧବ ଦେଲେ ସୂଚନା

ମୁମ୍ବାଇ: ମହାରାଷ୍ଟ୍ରରେ ଶୀଘ୍ର ଖୋଲିପାରେ ମନ୍ଦିର ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ମନ୍ଦିର ଖୋଲାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ସତର୍କତାମୂଳକ ପଦକ୍ଷେପ ନେଉଛୁ ଏବଂ ଦୀପାବଳି ପରେ ମନ୍ଦିର ଖୋଲିବାକୁ ଚିନ୍ତା କରୁଛୁ। ଉଦ୍ଧବ ଆହୁରି କହିଛନ୍ତି ଯେ ଆମେ ହୋଲିରୁ ମନ୍ଦିର ବନ୍ଦ କରିବା ଆରମ୍ଭ କରିଛୁ, ବର୍ତମାନ ଦୀପାବଳି ଆସିଛି । ଆମ ଜୀବନରେ ଦୀପାବଳିର ଆଲୋକ ସୁଖ ଆଣୁ  । ହୋଲି ପରଠାରୁ ଆମେ ସମସ୍ତ ପର୍ବକୁ ସତର୍କତାର ସହ ପାଳନ କରିଛୁ।  ରାଜ୍ୟବାସୀ ଗତ ୯ ମାସ ମଧ୍ୟରେ ବହୁତ ସହଯୋଗ କରିଛନ୍ତି | ତେଣୁ ଆମେ ଏବେ ଟିକିଏ ଚାପମୁକ୍ତ ଅନୁଭବ କରୁଛୁ ।   କୋଭିଡର ଦ୍ୱିତୀୟ ତରଙ୍ଗ ଆସିନାହିଁ, ଏଥିପାଇଁ ପ୍ରସ୍ତୁତି ଚାଲିଛି, ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି ।

କରୋନା ଭାଇରସ୍ ମହାମାରୀ ପରେ ଗତ କିଛି ମାସ ଧରି ବନ୍ଦ ଥିବା ମନ୍ଦିର ଖୋଲିବା ନେଇ ମହାରାଷ୍ଟ୍ରରେ ଦାବି ବଢ଼ିବାରେ ଲାଗିଛି। ବିରୋଧୀ ଦଳଠାରୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମହାରାଷ୍ଟ୍ର ସରକାରଙ୍କୁ ପଚରାଉଚରା କରୁଛନ୍ତି ଏବଂ ଯଥାଶୀଘ୍ର ମନ୍ଦିର ଖୋଲିବାକୁ ଦାବି କରୁଛନ୍ତି। ଗତ କିଛି ଦିନ ହେବ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଅନେକ ହିନ୍ଦୁ ସଂଗଠନ ଆନ୍ଦୋଳନ କରିଥିଲେ। କିନ୍ତୁ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ମନ୍ଦିରରେ ରାଜନୀତିରେ ବିରତି ପଡ଼ିବାର ସମ୍ଭାବନା ଦେଖାଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories