www.samajalive.in
Monday, December 8, 2025
27.1 C
Bhubaneswar

କିଶୋରନଗର ତହସିଲଦାରଙ୍କ ଦବଙ୍ଗଗିରି ! ଜୋରିମାନା ଦେଇ ନପାରିବାରୁ ଚାଷୀଙ୍କୁ କାନଧରି ବସଉଠ କଲେ

ଆଠମଲ୍ଲିକ: ଅନୁଗୋଳ ଜିଲା କିଶୋରନଗର ଥାନା କଲେଜ ଛକ ନିକଟରେ ଶନିବାର ମାସ୍କ ଯାଞ୍ଚ ସମୟରେ ଧାନବିଲରୁ ଫେରୁଥିବା ଦୁଇଜଣ ଚାଷୀଙ୍କୁ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ୫ଶହ ଟଙ୍କା ଲେଖାଏଁ ଜୋରିମାନା କରିଥିଲେ । ଚାଷୀ ଦ୍ବୟ ଜୋରିମାନା ଦେବାରେ ଅସହାୟତା ପ୍ରକାଶ କରିବାରୁ ତହସିଲଦାର କାନଧରି ଉଠବସ କରାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛିି ।

ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ଆଜି ମଧ୍ୟାହ୍ନରେ ସ୍ଥାନୀୟ କଲେଜ ଛକ ନିକଟରେ ସମୂହ ମାସ୍କ ଚେକିଂ କରୁଥିଲେ । ଚେକିଂରେ ସମୁଦାୟ ୬ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ସେହି ସମୟରେ କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ପାଣ୍ଡୁରୀପଥର ଗ୍ରାମର ମାଗୁଣି ସାହୁ ଓ ସୁଶାନ୍ତ ରଣା ଧାନବିଲରୁ ମଟରସାଇକଲରେ ଘରକୁ ଫେରୁଥିଲେ । ତହସିଲଦାର ଶ୍ରୀ ସାହୁ ସେମାନଙ୍କୁ ଅଟକାଇ ମାସ୍କ ପରିଧାନ କରିଥିବା ସତ୍ତ୍ବେ ସେମାନଙ୍କ ମୁହଁରୁ କାହିଁକି ମାସ୍କ ତଳକୁ ଖସିଛି ବୋଲି କହିବା ସହ ୫ଶହ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କହିଥିଲେ । ସେମାନେ ଚାଷୀଲୋକ କେଉଁଠୁ ୫ଶହ ପାଇବୁ ବୋଲି କହି କାକୁତିମିନତି ହୋଇଥିଲେ । ତହସିଲଦାର ସେମାନଙ୍କୁ ଜୋରିମାନା ନଦେଲେ ଦଶଥର ଉଠବସ ବୋଲି କହିଥିଲେ । ଫଳରେ ଗରିବ ଖଟିଖିଆ ଦୁଇ ଚାଷୀ ମାଗୁଣି ଆଠଥର ଓ ସୁଶାନ୍ତ ୧୦ଥର ଉଠବସ ହୋଇଥିଲେ । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସମ୍ପର୍କରେ ତହସିଲଦାରଙ୍କୁ ପଚରାଯିବାରୁ ସେ କହିଲେ ଯେ ଏଭଳି ଘଟଣା ଘଟିନାହିଁ । ସେ ଦୁଇଜଣ ନିଜ ମନକୁ ଉଠବସ ହେଲେ । ମୁଁ ସେମାନଙ୍କୁ ଉଠବସ ପାଇଁ କହିନାହିଁ ବୋଲି ସେ କହିଥିଲେ ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories