www.samajalive.in
Tuesday, December 9, 2025
16.1 C
Bhubaneswar

ସାମାନ୍ୟ କଥାରୁ ଝମେଲା: ସାଙ୍ଗକୁ ଟାଙ୍ଗିଆ ବେଣ୍ଟରେ ପିଟିପିଟି ହତ୍ୟା

ଫୁଲବାଣୀ: ସାମାନ୍ୟ କଥାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡ ହତ୍ୟାର ରୂପ ନେଇଛି। ଟାଙ୍ଗିଆ ବେଣ୍ଟରେ ଜଣକୁ ବାଡ଼େଇ ବାଡ଼େଇ ଅନ୍ୟଜଣେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଗୋଛାପଡ଼ା ଥାନା ଅନ୍ତର୍ଗତ କ୍ରାଣ୍ଡିବାଲି ଅଞ୍ଚଳରେ।
କ୍ରାଣ୍ଡିବାଲି ପଞ୍ଚାୟତ ଅନ୍ତର୍ଗତ ସୁବେରପାଙ୍ଗା ଗ୍ରାମର ବାବୁଲା ବେହେରା ଓ ଅଭିଯୁକ୍ତ କୁହାଯାଉଥିବା ସୁଦନ କହଁର ଉଭୟ ଗୋଟିଏ ଗ୍ରାମର। ଗୁରୁବାର କୌଣସି କାର୍ଯ୍ୟରେ ବାବୁଲା ସାଇକଲରେ କ୍ରାଣ୍ଡିବାଲି ଗ୍ରାମକୁ ଯାଇ ରାତି ପ୍ରାୟ ୧୦ଟା ସମୟରେ ନିଜ ଗ୍ରାମକୁ ଫେରୁଥିଲେ। ଫେରିବା ବେଳେ ଗ୍ରାମ ବିଦ୍ୟାଳୟ ନିକଟରେ ଉଭୟ ବନ୍ଧୁଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ସୁଦନ କହଁର ଧରିଥିବା ଟାଙ୍ଗିଆ ବେଣ୍ଟରେ ତୁହାକୁ ତୁହା ବାବୁଲାକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବିଳମ୍ବି ରାତି ପର୍ଯ୍ୟନ୍ତ ବାବୁଲା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିଥିଲେ। ଗ୍ରାମ ନିକଟର ବିଦ୍ୟାଳୟରେ ବାବୁଲା ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବେଳେ ସୁଦନ ଆକ୍ରମଣ କରିଥିବା କିଛି ଲୋକ ଦେଖିଥିବା ସୂଚନା ପାଇବା ପରେ ମୃତ ବାବୁଲାଙ୍କର ସ୍ତ୍ରୀ ଅପସରୀ ବେହେରା ଆଜି ଗୋଛାପଡ଼ା ଥାନାରେ ଏତଲା ଦାୟର କରିଛନ୍ତି। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୮୨/୨୦ରେ ଏକ ମାମଲା ରୁଜୁକରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ସୁଦନକୁ ଅଟକ ରଖି ପଚରାଉଚରା ଚଳାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories