www.samajalive.in
Tuesday, December 9, 2025
17.1 C
Bhubaneswar

ସୁନ୍ଦରଗଡ଼ ଜିଲ୍ଲାରେ ଡିସେମ୍ବର ୧୨ରୁ ଖୋଲିବ ମଣ୍ଡି ମାଣ୍ଡିଆ ମଣ୍ଡି; ୭,୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ ଲକ୍ଷ୍ୟ

ସୁନ୍ଦରଗଡ଼ : ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ ମାନର ମାଣ୍ଡିଆ କୁଇଣ୍ଟାଲ ପିଛା ୩୨୯୫ ଟଙ୍କାରେ କିଣାଯିବ।

ଜିଲ୍ଲାପାଳ  ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜଣେ ଚାଷୀଙ୍କଠାରୁ ହେକ୍ଟର ପିଛା ସର୍ବାଧିକ ୫ କୁଇଣ୍ଟାଲ ପର୍ଯ୍ୟନ୍ତ ମାଣ୍ଡିଆ କିଣାଯିବ। ଚଳିତ ବର୍ଷ ଡିସେମ୍ବର ୧୨ରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ଭିତରେ ମାଣ୍ଡିଆ କ୍ରୟ କରାଯିବ।

- Advertisement -

ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ପାଇଁ ଚାଷୀମାନେ ଲ୍ୟାମ୍ପସ ମାଧ୍ୟମରେ ନିଜର ନାଁ ପଞ୍ଜୀକୃତ କରିବେ। ଏନେଇ ଅକ୍ଟୋବର ୨୦ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଚାଷୀମାନେ ଚାହିଁଲେ ଭିଏଡବ୍ଲ୍ୟୁ, ସହକାରୀ କୃଷି ଅଧିକାରୀ, ଆରଏମସି, ଲ୍ୟାମ୍ପସ କିମ୍ବା କୃଷି ବିଭାଗ ଦ୍ୱାରା ଅନୁବନ୍ଧିତ ସାମାଜିକ ସଙ୍ଗଠନର ସହଯୋଗ ନେଇ ନାଁ ପଞ୍ଜୀକୃତ କରିପାରିବେ।

ପଞ୍ଜୀକରଣ ବେଳେ ଚାଷୀଙ୍କୁ ଫର୍ମ ପୂରଣ କରିବା ସହ ନିଜର ଜମି ପଟ୍ଟା, ଭୋଟର ପରିଚୟପତ୍ର, ଜାତୀୟକରଣ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠା, ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ଏହି ବୈଠକରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଡିଏମଏଫ ସିଇଓ ଏବଂ ଡିଆରସିଏସଙ୍କ ସମେତ କୃଷି ବିଭାଗ, ଟିଡିସିସି, ପୁଷ୍ଟିଶସ୍ୟ ମିଶନ ଏବଂ ମାଣ୍ଡିଆ ଚାଷ ସହ ସଂପୃକ୍ତ ବିଭିନ୍ନ ସହଯୋଗୀ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ୮ଟି ବ୍ଲକରେ ୨୫୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି। ବାଲିଶଙ୍କରା, ହେମଗିରି, ଟାଙ୍ଗରପାଲି, ଲେଫ୍ରିପଡ଼ା, କୁଆରମୁଣ୍ଡା, କୁତ୍ରା, ରାଜଗାଙ୍ଗପୁର ଏବଂ ନୂଆ ଗାଁ ବ୍ଲକର ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ମାଣ୍ଡିଆ କିଣାଯିବ। ବର୍ତ୍ତମାନ ମଣ୍ଡି ମାଧ୍ୟମରେ ସରକାର କିଣୁଥିବା ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରାଯାଉଛି। ତା’ସହିତ ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ଚାଲିଥିବା ମାଣ୍ଡିଆ ଲଡ଼ୁ ବଣ୍ଟନ କାର୍ଯ୍ୟକ୍ରମ ଲାଗି ଏହା ବ୍ୟବହାର କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories