www.samajalive.in
Sunday, December 7, 2025
13.1 C
Bhubaneswar

ସ୍ୱର୍ଗ ଠାରୁ କମ ନୁହେଁ ଭାରତର ଏହି ସ୍ଥାନ 

ଯେବେ ମଧ୍ୟ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ବିଷୟରେ ଆଲୋଚନା କରାଯାଏ, ତେବେ ଅନେକ ଲୋକଙ୍କ ମନରେ ବିଦେଶରେ ଥିବା ସ୍ଥାନର ଛବି ଆସେ। ମାତ୍ର ହୁଏତ ଅଧିକାଂଶ ଲୋକେ ଭାରତ ସୌନ୍ଦର୍ଯ୍ୟମୟ ସ୍ଥାନ ବିଷୟରେ ଜାଣି ନଥିବେ। ଯାହା ନିଜର ସୁନ୍ଦର ରୂପ ପାଇଁ ବେଶ ପ୍ରସିଦ୍ଧ। ଜାଣନ୍ତୁ ସେଭଳି କିଛି ସ୍ଥାନ ବିଷୟରେ….
– ମଣିପୁରରେ ଲୋକଟକ ହ୍ରଦ ରହିଛି। ଏହା ନିଜର ସୁନ୍ଦର ପାରିପାଶ୍ୱିର୍କ ପ୍ରାକୃତିକ ସୁନ୍ଦରତା ପାଇଁ ଖୁବ ପ୍ରସିଦ୍ଧ। ଏହି ହ୍ରଦରେ ଏକ ବଡ଼ ଦ୍ୱୀପ କାୟବୁଲ ଲାମଜାଓ ରହିଛି। ଯାହାର କ୍ଷେତ୍ରଫଳ ୪୦ ବର୍ଗ କିଲୋମିଟର। ଏଠାକାର ଦ୍ୱୀପର ସୁନ୍ଦରତା ବାସ୍ତବିକ ଦେଖିବା ଯୋଗ୍ୟ।
ସିକ୍କିମର ରାଜଧାନୀ ଗାଙ୍ଗଟୋକ ଠାରୁ ୧୪୮ କିଲୋମିଟର ଦୂରରେ ସ୍ଥିତ ୟୁମଥାଙ୍ଗ ଉପତ୍ୟକା , ଯାହାକୁ ଫୁଲର ଉପତ୍ୟକା ବୋଲି କୁହାଯାଏ। ଏଠାରେ ଲାଲ, ହଳଦିଆ, ଧଳା, ନାରଙ୍ଗୀ, ବାଇଗଣୀ ରଙ୍ଗର ଫୁଲ ଦେଖିବାକୁ ମିଳେ। ଏହି ଉପତ୍ୟକା ହିମାଳୟ ପର୍ବତ ଦ୍ୱାରା ଘେରି ହୋଇ ରହିଛି। ଏହା ଖୁବ ସୁନ୍ଦର। ବରଫ ପଡ଼ିବା ଦ୍ୱାରା ଡ଼ିସେମ୍ବରରୁ ମାର୍ଚ୍ଚ ଯାଏଁ ଏହା ବନ୍ଦ ରଖାଯାଏ।
କୁହାଯାଏ ,କେରଳ ନିଜର ସୁନ୍ଦରତା ପାଇଁ ସାରା ଭାରତରେ ବେଶ ପ୍ରସିଦ୍ଧ। ମାତ୍ର ମୁନ୍ନାର ଚା’ବଗିଚା ଏଠାକାର ଏକ ବିଶେଷ ସୌନ୍ଦର୍ଯମୟ ସ୍ଥାନ ବୋଲି କୁହାଯାଏ। ଏହି ସ୍ଥାନ ସମୁଦ୍ର ତଟ ଠାରୁ ପ୍ରାୟ ୭ହଜାର ଫିଟ ଉଚ୍ଚରେ ସ୍ଥିତ। ଏଠାକାର ସୁନ୍ଦର ଦୃଶ୍ୟ ସଭିଁଙ୍କ ମନକୁ ମୋହି ନେଇଥାଏ।
ମେଘାଳୟର ନୋହକଲିକାଇ ଜଳପ୍ରପାତ ଭାରତର ସବୁଠାରୁ ଉଚ୍ଚ ଓ ସୁନ୍ଦର ଝରଣା ମଧ୍ୟରୁ ଗୋଟିଏ। ଏହାର ଉଚ୍ଚତା ପ୍ରାୟ ୧୧୦୦ ଫୁଟ। ଏହି ଝରଣାର ଖୁବ ସୁନ୍ଦର।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories