www.samajalive.in
Tuesday, December 9, 2025
17.1 C
Bhubaneswar

ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା : ୩୨ ବର୍ଷ ବୟସରେ ପାଦ ଥାପିଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲି ଗୁରୁବାର ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି।  ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ସେ ନଭେମ୍ବର ୫ ତାରିଖ ୧୯୮୮ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ମଧ୍ୟ କିଙ୍ଗ୍ କୋହଲି ବା ରନ୍ ମେଶିନ୍ କୋହଲି ନାମରେ ସମ୍ବୋଧିତ କରାଯାଇଥାଏ।

- Advertisement -

କୋହଲି ଭାରତର ୨୦୧୧ ୱାର୍ଲ୍ଡ କପ୍ ଓ ୨୦୧୩ର ଚାମ୍ପିୟନ୍ସ ଟ୍ରଫି ବିଜେତା ଟିମରେ ସାମିଲ୍ ଥିଲେ। ୨୦୧୧ରେ ଭାରତୀୟ ଟେଷ୍ଟ ଟିମରେ ଡେବ୍ୟୁ କରିଥିବା କୋହଲିଙ୍କୁ କ୍ୟାରିୟରର ଆରମ୍ଭରୁ ହିଁ ଦିନିକିଆ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ କୁହାଯାଉଥିଲା, କିନ୍ତୁ ସେ ଏହାକୁ ଭୁଲ୍ ପ୍ରମାଣିତ କରିଥିଲେ। ବିରାଟ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଶତକ ମାରି ପ୍ରମାଣିତ କରିଥିଲେ ଯେ ସେ କୌଣସି ଗୋଟିଏ ନୁହେଁ ବରଂ ସବୁ ଫର୍ମାଟର କିଙ୍ଗ୍ ହେବାକୁ ଯାଉଛନ୍ତି।

୨୦୧୩ରେ କୋହଲି ପ୍ରଥମଥର ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ବ୍ୟାଟ୍ସମ୍ୟାନ୍ ଭାବେ ନିଜକୁ ପ୍ରମାଣିତ କରିବା ପରେ କୋହଲିଙ୍କୁ ଉପହାର ସ୍ୱରୂପ ଟିମ୍ ଇଣ୍ଡିଆର ଭାଇସ୍-କ୍ୟାପଟେନ୍ ଦାୟିତ୍ୱ ମିଳିଥିଲା। ଏହାର ଦୁଇବର୍ଷ ପରେ ମହେନ୍ଦ୍ର ସିଂ ଧୋନିଙ୍କର ଅଚାନକ୍ ଟେଷ୍ଟ ଟିମ୍ ଛାଡ଼ିବା ପରେ କୋହଲିଙ୍କୁ କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି କୋହଲି ୨୦୧୭ରେ ତିନୋଟି ଯାକ ଫର୍ମାଟରେ କ୍ୟାପଟେନ୍ ହୋଇଥିଲେ।

ବିରାଟ୍ ଭାରତ ପକ୍ଷରୁ ୮୬ ଟେଷ୍ଟ, ୨୪୮ ଦିନିକିଆ ଓ ୮୨ ଟି-୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି। ସେ ଟେଷ୍ଟରେ ୫୩.୬୨ ହାରରେ ୭୨୪୦ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ୍‌ ଅଛି। ସେହିପରି ଦିନିକିଆରେ କୋହଲି ୫୯.୩୩ ହାରରେ ୪୩ ଶତକ ଓ ୫୮ ଅର୍ଦ୍ଧଶତକ ସହ ୧୧୮୬୭ ରନ୍ କରିଛନ୍ତି। ଟି-୨୦ରେ ତାଙ୍କ ନାଁରେ ୫୦.୮୦ ହାରରେ ୨୭୯୪ ରନ୍ କରିଛି, ଯେଉଁଥିରେ ୨୪ଟି ଅର୍ଦ୍ଧଶତକ ସାମିଲ୍‌ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories