www.samajalive.in
Monday, December 8, 2025
27.1 C
Bhubaneswar

‘ବାଣ ବନ୍ଦ’ ନିୟମ କଡ଼ାକଡ଼ି : ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଏଥର ବାଜିବନି ବାଜା କି ଫୁଟିବନି ବାଣ। କେବଳ ମହମବତି, ଦୀପ, ଆଲୋକ ସାଜସଜ୍ଜାରେ ଉତ୍ସବ ପାଳନ ହେବ। ଏଥିରେ ବ୍ୟତିକ୍ରମ କଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି କମିସନର କହିଛନ୍ତି। ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିସନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି, ଭୁବନେଶ୍ବରରେ ବାଣ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ। ପୂର୍ବବର୍ଷ ପରି ଚଳିତବର୍ଷ ବାଣଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।

ବାଣକୁ ଛାଡ଼ି ଅନ୍ୟାନ୍ୟ ଦୀପାବଳିରେ ବ୍ୟବହୃତ ସାମଗ୍ରୀ ବିକ୍ରି ନିମନ୍ତେ ଦୋକାନୀ ବିଏମ୍‌ସି ଜୋନାଲ ଡେପୁଟି କମିସନରଙ୍କୁ ଅନୁମତି ନେଇ ଦୋକାନ ଖୋଲି​‌େ​‌ବ। ଏହି ଦୋକାନୀଙ୍କୁ ନିର୍ଦିଷ୍ଟ ଖୋଲା ସ୍ଥାନରେ ବସାଇବ‌ା ନିମନ୍ତେ ବିଏମ୍‌ସି ନିଷ୍ପତ୍ତି ନେଇଛି। ରାସ୍ତାକଡ଼ରେ କୌଣସି ଅସ୍ଥାୟୀ ଦୀପାବଳି ସାମଗ୍ରୀ ବିକ୍ରି ଦୋକାନ ବସିବ ନାହିଁ। ଗୋଟିଏ ସ୍ଥାନରେ ଭିଡ଼ କରି ଉତ୍ସବ ପାଳନରେ ମଧ୍ୟ କଟକଣା ଲଗାଯାଇଛି। ଯେଉଁଠି ଭିଡ଼ି ହେବ ବିଏମ୍‌ସି ସ୍କ୍ବାଡ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶୀତ ବଢ଼ିଲେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ଲୋକମାନେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ କମିସନର ଅନୁରୋଧ କରିଛନ୍ତି।

- Advertisement -

ଦିନକରେ ୧୩୯୧ ଗଣିଲେ ଜୋରିମାନା

ଦୀପାବଳି ବାଣଫୁଟାକୁ ନିଷେଧ ପରିପ୍ରେକ୍ଷୀରେ କରୋନା କଟକଣାକୁ ଜୋର୍‌ଦାର କରାଯାଇଛି। ବାଣ ବିକ୍ରି ଏବଂ ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ତେବେ ଅମାନିଆଙ୍କୁ ଧରିବା ଲାଗି କମିସନରେଟ ପୁଲିସ ସାମାଜିକ ଦୂରତା, ମାସ୍କ ନ ପିନ୍ଧିବା ସହିତ ବାଣ ଫୁଟାଇବାକୁ ନେଇ ମଧ୍ୟ କଡ଼ାକଡ଼ି ଭାବେ ଧରପଗଡ଼ ଆରମ୍ଭ କରିଛି। ଏଥିପାଇଁ ପ୍ରତି ଥାନାକୁ ଅତିକମ୍‌ରେ ୩ଟି ଭ୍ୟାନ୍ ଓ ଅତିରିକ୍ତ କର୍ମଚାରୀ ଯୋଗାଇ ଦିଆଯାଇଛି।

ରାଜଧାନୀରେ ଲୋକେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧୁ ନ ଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିବା ପରେ କମିସନରେଟ୍‌ ପୁଲିସ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେବା ପାଇଁ ତତ୍ପରତା ଦେଖାଇଛି। ବୁଧବାର କମିସନରେଟ ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୩୯୧ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ଜୋନ୍‌-୧ ଅଞ୍ଚଳରୁ ୨୧୬, ଜୋନ୍‌-୨ରୁ ୨୨୦, ଜୋନ-୩ରୁ ୧୯୬, ଜୋନ୍‌-୪ରୁ ୨୨୬, ଜୋନ୍‌-୫ରୁ ୧୭୫, ଜୋନ୍‌-୬ରୁ ୨୩୮ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ଟ୍ରାଫିକ ପୁଲିସ ୧୨୦ ଜଣଙ୍କଠାରୁ ଜୋରିମାନା ଆଦାୟ କରିଛି।

ଦୀପାବଳି ପାଖେଇ ଆସୁଥିବାରୁ ଆଗକୁ ବଜାରରେ ଜନଗହଳି ବଢ଼ିବ। ସାମାଜିକ ଦୂରତ୍ବ ପାଳନରେ ଅବହେଳା ହେବା ନେଇ ଆଶଙ୍କା କରାଯାଉଛି। ତେଣୁ ରାଜଧାନୀର ପ୍ରମୁଖ ମାର୍କେଟ ୟୁନିଟ୍‌-୨, ୟୁନିଟ୍‌-୪, ବାପୁଜୀ ନଗର ଆଦି ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ବରିଷ୍ଠ ପୁଲିସ ଅଧିକାରୀ ଏନ୍‌ଫୋର୍ସମେଣ୍ଟ କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories