www.samajalive.in
Tuesday, December 9, 2025
17.1 C
Bhubaneswar

ଚକାପାଦରେ ବିଜେଡ଼ିର ଜନସଚେତନତା ଅଭିଯାନ

ଚକାପାଦ/ ଖଜୁରିପଡା : କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ବ୍ଳକ ବିଜେଡ଼ି ପକ୍ଷରୁ କରୋନା  ମହାମାରୀ ପାଇଁ ଆବଶ୍ୟକ ସତର୍କତା ଓ ସଚେତନ କରାଇବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶଙ୍କରାଖୋଲ ପଂଚାୟତ କାର୍ଯ୍ୟାଳୟ ନିକଟରୁ ବାହାରିଥିବା ବେଳେ ଏହି ଶୋଭାଯାତ୍ରା ବାହାରି ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ବ୍ଳକ ବିଜେଡ଼ି ସଭାପତି ରାଜେଶ କୁମାର ଦିଗାଲଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ପ୍ରଭଂଜନ କହଁରଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ୍ ହୋଇ ସଚେତନତା କରିବା ସହିତ ମାସ୍କ ବାଣ୍ଟିଥିଲେ।

ସେହିପରି ଆଜି ଖଜୁରିପଡ଼ାରେ ମଧ୍ୟ ବ୍ଳକ ବିଜେଡ଼ି ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଳକ ଅଧ୍ୟକ୍ଷ  ବିରେନ୍ଦ୍ର କୁମାର କହଁରଙ୍କ ତତ୍ତ୍ବାବଧାନରେ  ବ୍ଳକର ସମସ୍ତ ବିଜେଡ଼ି ନେତା ଓ କର୍ମୀମାନେ ସୁରାଦେଇ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କୁ ଏଥିରେ ଭୟଭୀତ ନହୋଇ ଏହାର ନିରାକରଣ ପାଇଁ  ସମଗ୍ର କନ୍ଧମାଳ ଜିଲ୍ଲାର ଲୋକଙ୍କୁ ସତର୍କ ରହିବା ସହିତ ଆବଶ୍ୟକୀୟ ସତର୍କତାର ପଦକ୍ଷେପ ନେବାକୁ ଲୋକଙ୍କୁ କୁହାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ  ବରିଷ୍ଠ ବିଜେଡ଼ି ନେତା ପଙ୍କଜ ମଲିକ, ରଂଜନ କୁମାର ମଲିକ, ସଭାନେତ୍ରୀ ସ୍ୱର୍ଣ୍ଣଲତା ମଲିକ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories