www.samajalive.in
Monday, December 8, 2025
27.1 C
Bhubaneswar

ବୋଲଗଡ ଅଞ୍ଚଳରେ ଅଣସାମ୍ବାଦିକଙ୍କ ପାର୍ଦୁଭାବ : ଧମକ ଚମକରେ ଆଦାୟ ହେଉଛି ବଟି

ବୋଲଗଡ଼ : ଭାରତୀୟ ସମ୍ବିଧାନରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବିବେଚନା କରାଯାଉଥିବା ବେଳେ ଜନମାନସରେ ଏହା ନିଜର ବଳିଷ୍ଠତାକୁ ଦର୍ଶାଇ ସାର୍ଥକତା ବଜାଇ ରଖିଛି। କଥା କହିବାର ଅଧିକାର ବା ଅଭିବ୍ୟକ୍ତିର ଆଜାଦିକୁ ମୌଳିକ ଅଧିକାରଭାବେ ସମ୍ବିଧାନରେ ସ୍ଥାନୀତ ହୋଇଥିବାବେଳେ ମାନ୍ୟବର ସୁର୍ପିମକୋର୍ଟ ଏହା ଉପରେ ମୋହର ଲଗାଇଛନ୍ତି। ସାମ୍ବାଦିକତା ଏକ ସଂଜ୍ଞା ଯାହା ସାଧାରଣ ଜନତାଙ୍କ ପାଇଁ, ସାଧାରଣଜନତାଙ୍କର,ସାଧାରଣଜନତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଆବେଗକୁ ସରକାରଙ୍କ ନିକଟରେ ପହଞ୍ଚାବା ଏକ ସାମ୍ବିଧାନିକ ପ୍ରୟାସ। କିନ୍ତୁ ଏହି କଥା କହିବାର ଅଧିକାରକୁ ନିଜ ଶୈଳୀରେ କେତେକ ଦୁଷ୍ଟ ତଥା ଖଳ ଚରିତ୍ରର ବ୍ୟକ୍ତି ନିଜପାଇଁ ଅର୍ଥ ଓ ନିଜର ଗରିମା କମାଇବାର ମାଧ୍ୟମ ଭାବେ ଧରିନେଇଛନ୍ତି। ସୂଚନାରୁ ଜଣାଯାଏ ଯେ, ସାରା ରାଜ୍ୟରେ ବର୍ତ୍ତମାନ ପୂଜାର ମହୋଲ ଚାଲିଥିବାବେଳେ କରୋନାମହାମାରୀ ଯୋଗୁଁ ଲକଡାଉନ  ଏବଂ ସଟଡାଉନ ଲାଗି ରହିଛି। ଏହି ସୁଯୋଗରେ ବେକାର ବା ଦଲାଲି କରୁଥିବା କିଛି ଖଳ ପ୍ରକୃତିର ବ୍ୟକ୍ତି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଲରେ ନିଜର ପତିଆରା କମାଇବା ଆରମ୍ଭ କରିଦେଇଛନ୍ତି। ସାଧାରଣ ଜନତାଙ୍କୁ ବିଭ୍ରାନ୍ତକର କଥା କହି , ସରକାରୀ ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ଧମକ ଚମକ ଦେବା ସହିତ କର୍ମଚାରୀଙ୍କ ଦୁର୍ନିତୀ ସମ୍ପର୍କରେ ପଦାକୁ ଆଣିବା ପାଇଁ  ଏବଂ ଟିଭିରେ ପ୍ରସାରିତ କରିବା ସହିତ ବହୁ ଗଣମାଧ୍ୟମରେ ପ୍ରକାଶ କରି ବଦନାମ କରିବାକୁ ଚେତାବନୀ ଦେଉଛନ୍ତି। ନିଜକୁ କିଛି ନିର୍ଦ୍ଧିଷ୍ଠ ​‌ୱେବ୍ ଚ୍ୟାନେଲ ରିପୋର୍ଟର କହି ଗଣ୍ଡାଗଣ୍ଡା ବୁମ୍ ଧରି ସରକାରୀ କାର୍ଯ୍ୟାଳୟରେ ଦିନ ଦ୍ୱିପ୍ରହରରେ ପଇଁତରା ମାରୁଛନ୍ତି। ଫେସବୁକ୍ କିମ୍ବା ୟୁଟ୍ୟୁବ୍‌ରେ ଗୋଟିଏ ଲେଖାଏଁ ଚ୍ୟାନେଲ୍ ଖୋଲି ନିଜକୁ ସେହି ୱେବ୍ ଚ୍ୟାନେଲର ମାଲିକାନା ସତ୍ୱ ଜାହିର କରିବାକୁ ମଧ୍ୟ ଭୁଲୁନାହାଁନ୍ତି। କିଛି ୱେବ୍ ଚ୍ୟାନେଲ ରିପୋର୍ଟର ନିଜ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବାଣିଜ୍ୟକ ଅନୁଷ୍ଠାନକୁ ବଞ୍ଚାଇବାକୁ ବ୍ଲକ, ତହସିଲ, କୃଷିବିଭାଗ, ବନବିଭାଗ,ରାଜସ୍ୱ ଏବଂ ଶିକ୍ଷାବିଭାଗ କାର୍ଯ୍ୟାଳୟରେ ନିଜର ଦବଦବା ଦେଖାଇବାରେ ମଧ୍ୟ ଅବହେଳା କରୁନାହାଁନ୍ତି। ଏପରିକି ଅନେକ କଥାକୁହା ବ୍ୟକ୍ତିଙ୍କର ଖବର କାଗଜ ନଥିଲେ ମଧ୍ୟ ଥାନା ପରିସରରେ ଦଲାଲି କରୁଥିବାର ମଧ୍ୟ ଅଭିଯୋଗ ରହିଛି। ଏହି ଅସାଧୁ ବ୍ୟକ୍ତିମାନଙ୍କ କଳାକାରନାମା ଦ୍ୱାରା ଏମାନେ ଥାନା ଭିତରେ ପଶି ପୁଲିସ ବିଭାଗରୁ ମଧ୍ୟ ଦଶହରାରେ ଚାନ୍ଦା ମାଗିନେଇଥିବା ସାଧାରଣରେ ଆଲୋଚ୍ୟର ବିଷୟ ହେଉଛି। ସାଧାରଣ ଜନତାଙ୍କ ମନରୁ ଭୟ ଏବଂ ସଂଶୟ ଦୂର କରିବା ସହିତ ଜିଲ୍ଲା ପ୍ରଶାସନ ପ୍ରକୃତ ସାମ୍ବାଦିକଙ୍କୁ ଚିହ୍ନଟ କରି ବ୍ଲକ ପ୍ରଶାସନ ମାଧ୍ୟମରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories