www.samajalive.in
Monday, December 8, 2025
20.1 C
Bhubaneswar

ଉପନିର୍ବାଚନ ପୂର୍ବରୁ ୧୧,୨୦୫ ଲିଟର ମଦ ଜବତ; ମୂଲ୍ୟ ୧୭ ଲକ୍ଷ ଟଙ୍କାରୁ ଅଧିକ

ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଉପନିର୍ବାଚନ ପୂର୍ବରୁ ଉଭୟ ଅଞ୍ଚଳରୁ ଜବତ ହୋଇଛି ୧୧୨୦୫ ଲିଟର ମଦ । ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କେବଳ ସେତିକି ନୁହେଁ, ଉଭୟ ସ୍ଥାନରେ ନିୟମ ଉଲ୍ଲଙ୍ଘନ ନେଇ ୫୨ଟି ମାମଲା ରୁଜୁ ହୋଇଥିବା ସେ କହିଛନ୍ତି ।

ଏହା ସହିତ ନିର୍ବାଚନକୁ କଡ଼ାକଡ଼ି କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଓ ସନ୍ଧ୍ୟା ୬ଟା ସୁଦ୍ଧା ଏହି ଅଞ୍ଚଳରେ ପ୍ରଚାର କାର୍ଯ୍ୟରେ ଥିବା ସମସ୍ତ ଅଣ ଭୋଟରମାନଙ୍କୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି । ବାଲେଶ୍ଵରରେ ଭୋଟ ଲାଗି ୩୪୬ଟି, ତିର୍ତ୍ତୋଲରେ ୩୭୩ ପୁଲିଂ ପାର୍ଟିଙ୍କୁ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ସୁଦ୍ଧା ସେମାନେ ଭୋଟଦାନ କେନ୍ଦ୍ରରେ ପହଞ୍ଚିବେ । ଅନ୍ୟପକ୍ଷ​ରେ ଭୋଟ​‌ରେ ସହାୟତା ଦେବା ନିମନ୍ତେ ୮ଶହ ସ୍ଵେଚ୍ଛାସେବୀ ଓ ୮ଶହ ଆଶା କର୍ମୀଙ୍କ ସହାୟତା ନିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories