www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରମ୍ପଙ୍କ ବିଶାଳ ସମାବେଶ : ୩୦ ହଜାର କରୋନା ସଂକ୍ରମିତ, ୭ ଶହ ଜଣଙ୍କ ମୃତ୍ୟୁ

ୱାଶିଂଟନ : ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଧାର୍ଯ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ନେତାଙ୍କ ଦ୍ୱାରା ବାରମ୍ବାର ନିର୍ବାଚନ ରାଲିକୁ କରାଯାଉଛି। ଏହା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା କରାଯାଇଥିବା ୧୮ଟି ନିର୍ବାଚନ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି କାରଣରୁ ଦେଶରେ ୩୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୭ ଶହରୁ  ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସର୍ଭେରେ ଦାବି କରାଯାଇଛି।

ଷ୍ଟାନଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ରାଲି ତାଙ୍କ ସମର୍ଥକଙ୍କୁ ମହଙ୍ଗା ପଡିଛି। ‘କୋଭିଡ-୧୯ର ବିସ୍ତାର ପରେ ଜୁନ୍ ୨୦ରୁ ସେପ୍ଟେମ୍ବର ୨୨ ମଧ୍ୟରେ ଟ୍ରମ୍ପ୍‌ଙ୍କ ୧୮ଟି ରାଲି ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ଏହି ରାଲିରେ ଜଡିତ ଥିବା ୩୦ ହଜାର ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଭିଡ଼ରେ ୭ଶହ ରୁ ଅଧିକ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories