ଲମତାପୁଟ: ଅବିଭକ୍ତ କୋରାପୁଟ ଜିଲା ମଲକାଗନିରି ଓ କୋରାପୁଟ ଜିଲାସୀମାନ୍ତବର୍ତି ଲମତାପୁଟ ବ୍ଲକ ଏବେ ଗଞ୍ଜେଇ ଚାଷିଙ୍କ ପେଂଟସ୍ଥଳି ପାଳଟିଛି। ଏକ ଆକଳନରୁ ଜଣାପଡୁଛି ଯେ ଏହି ଅଂଚଳର ସଂରକ୍ଷଣ ଜଙ୍ଗଲରେ ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଚାଷ ହେଉଥିବା ବେଳେ ଅବକାରୀ ବିଭାଗ, ପୁଲିସ ଏବଂ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ବସି ରହିଛନ୍ତି। ଦୁର୍ଗମ ଉପାନ୍ତ ଓ ମାଓ ପ୍ରବଣ ଅଂଚଳର ଆଲଦେଖାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉ ନଥିବା ବେଳେ ପ୍ରଶାସନର ଏହି ନିଷ୍କ୍ରିୟତାର ସୁଯୋଗ ନେଇ ବିହାର, ପଶ୍ଚିମବଙ୍ଗ, ଉତରପ୍ରଦେଶ, ଛତିଶଗଡ ପ୍ରଭୂତି ଅଂଚଳରୁ ଗଞ୍ଜେଇ ବ୍ୟବସାୟୀମାନେ ଆସି ଏହି ଅଂଚଳର ନିରୀହ ଆଦିବାସୀମାନଙ୍କୁ ଗଞ୍ଜେଇ ଚାଷ ନିମନ୍ତେ ପ୍ରତ୍ସାହନ ଯୋଗାଇବା ସହ ଚାଷପାଇଁ ଅଗ୍ରିମ ଅର୍ଥ ପ୍ରଦାନ କରିବା ସହ ଉନ୍ନତମାନର ବିହନ ଓ ସାର ଯୋଗାଇ ଦେଉଛନ୍ତି। ତେବେ ନିରୀହ ଆଦାବୀସୀମାନେ ଏହି ଗଞ୍ଜେଇ ବ୍ୟବସାୟୀଙ୍କ ପ୍ରଲୋଭନରେ ପଡି ଏହି ବେଆଇନ ଚାଷ ପ୍ରତି ବେଶ ଆକୃଷ୍ଟ ହେଉଛନ୍ତି।
କମ ପରିଶ୍ରମ ଏବଂ ଅଳ୍ପ ଦିନ ମଧ୍ୟରେ ଗଞ୍ଜେଇ ଅମଳ ହୋଇ ଲଭବାନ ହେଉଥିବାରୁ ଆଦିବାସୀମାନେ ନିଜର ପାରମ୍ପାରିକ ଚାଷ ମାଣ୍ଡି,ସୁଆ,ଧାନ ଆଦି ଚାଷ କରିବା ବଦଳରେ ଏବେ ଗଞ୍ଜେଇ ଚାଷପ୍ରତି ବେଶ ଆକୃଷ୍ଟ ହେଉଛନ୍ତି। ବିଶେଷ କରି କୋରାପୁଟ-ମାଲକାନଗିରି ଜିଲା ସୀମାନ୍ତବର୍ତି ବାଲେଲ, ବାଦିଗଡ, ଗୋଡିହଞ୍ଜର, ଜାଲାପୁଟ, ବଡଡୁରାଲ, ମୁଦୁଲିପଡା, ପଣଷପୁଟ, ଜଡାଆମ୍ବ, ଯନ୍ତ୍ରୀ, ବିଭିନ୍ନ ପଂଚାୟତରେ ଏବେ ଶହଶହ ହେକ୍ଟର ଜମିରେ ଗଞ୍ଜେଇ ଚାଷ କରାଯାଉଛି। ଏହି ଅଂଚଳର ଜଳବାୟୁ ଶିଳାବତି ଗଞ୍ଜେଇ ଚାଷ ପାଇଁ ବେଶ ଅନୁକୂଳ ହେଉଥିବାରୁ ଚାଷି ମାସକ ମଧ୍ୟରେ ଗଞ୍ଜେଇ ଗଛି ପରିପକ୍ୱ ହୋଇଥାଏ ଏବଂ ଏହାର ପତ୍ର ମାଧ୍ୟମରେ ଗଞ୍ଜେଇ ପ୍ରସ୍ତୁତି କରାଯାଇଥାଏ। ତେବେ ଅନ୍ୟ ପକ୍ଷରେ ପୁଲିସ କେବଳ କାଁ ଭାଁ ଗୋଟିଏ ଦୁଇଟି ଗାଡି ଜବତ କରି ଗଞ୍ଜେଇ ଚାଷକୁ ପ୍ରତିରୋଧ କରାଯିବା ସହ ବେଆଇନ ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ହସଳ କରିଥିବା ନେଇ ଫମ୍ପା ମାଠିଆର ଶବ୍ଦ କରୁଥିବା ବେଲେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ ଭିନ୍ନ ଦେଖିବାକୁ ମିଳିଛି।

କୌଣସି ବ୍ୟବସାୟୀ ଯଦି ପୁଲିସକୁ ଅତିଆର କରି ପାରିଲେ ତାହେଲେ ସେ ପାର ହୋଇଥାନ୍ତି ନଚେତ ପୁଲିସ ହାତାରେ ଧାରାପଡିନ୍ତି। ତେବେ ଏଥିରୁ ସ୍ୱଷ୍ଟ ଅନୁମୟଯେ ଗଞ୍ଜେଇ ଚୋରା ଚାଲାଣା ସମୟରେ ପୁଲିସର ଭୂମିକା ମଧ୍ୟ ନେଇ ପ୍ରଶ୍ନ ଉଠୁଛି। ଗତ କିଛି ଦିନ ପୂୂର୍ବେ ମାଲକାନଗିରି ଜିଲାରେ ଚୋରା ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିବା ଅଭିଯୋଗରେ ଜଣେ ଏସଆଇ ଗିରଫ ହୋଇଥିବା ବେଳେ ଖଇରପୁଟ ଥାନା ଅଧିକାରୀଙ୍କ ନାମରେ ମଧ୍ୟ ଏକ ମକଦମା ରୁଜୁ ହୋଇଥିଲା। ତେବେ ଏଠାରେ ପୁଲିସର କର୍ତ୍ତବ୍ୟନିଷ୍ଠା ନେଇ ପ୍ରଶ୍ନ ଉଠିଥିବା ବେଳେ ସରକାର ଏବଂ ପ୍ରଶାସନ ଚୋରା ଗଞ୍ଜେଇ ଚାଲାଣକୁ ନେଇ ତତ୍ପରତା ଦେଖାଉନାହାନ୍ତି। ବେଆଇନ ଗଞ୍ଜେଇ ଚାଷ ରୋକିବା ନେଇ ଅଦ୍ୟାବଧି କାହିକି କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଂଚଳବାସୀଙ୍କ ମନରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବର୍ତମାନ ଠାରୁ ଯଦି ରାଜ୍ୟ ସରକାର ଜିଲା ପ୍ରଶାସନ,ପୁଲିସ ଓ ଅବକାରୀ ବିଭାଗ ସଚେତନତା ହୋଇ ଗଞ୍ଜେଇ ଚାଷକୁ ରୋକିବାରେ କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ଏହି ଅଂଚଳର ହଜାର ହଜାର ଆଦିବାସୀ ପରିବାର ପରାମ୍ପରିକ ଧାନ,ମାଣ୍ଡିଆ,ସୁଆ ଭଲି ଚାଷକୁ ଭୁଲି ଗଞ୍ଜେଇ ଚାଷକୁ କୁଟିର ଶିଳ୍ପରେ ପାରମ୍ପରିକ ଚାଷ ଭାବରେ ଗ୍ରହଣ କରିବେ ଏଥିରେ ସନ୍ଦେହ ନାହି। ବେଳ ଥାଉ ଥାଉ ସରକାର ଗଞ୍ଜେଇ ଚାଷକୁ ମୂଳଉତ୍ପାଟନ କରି ଆଦିବାସୀମାନଙ୍କୁ ଏହି ବେଆଇନ ଚାଷରୁ ନିବୃତ ରହିବାକୁ ଚେତନତା କରାଇବା ସହ ପାରମ୍ପରିକ ଜୈବିକ ପଦ୍ଧତି ମାଧ୍ୟରେ ଚାଷମାନଙ୍କୁ ପ୍ରତି ଆକୃଷ୍ଟ କରିବାକୁ ଜରୁରୀ ବୋଲି ଏବେ ସାଧାରଣରେ ଆଲୋଚନରା ବିଷୟ ହୋଇପଡିଛି।



