www.samajalive.in
Monday, December 8, 2025
27.1 C
Bhubaneswar

ହରଡାଟାଲ ଗ୍ରାମରେ ଅଜଣା ରୋଗରେ ୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଗୁରୁତ୍ୱର ଅସୁସ୍ଥ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ପାଇକମାଲ ବ୍ଲକର କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଏକ ୱାର୍ଡ ବିଶିଷ୍ଟ ହରଡାଟାଲ ଗ୍ରାମରେ ଜ୍ବର ଓ ଅଜଣା ରୋଗରେ ୧ ମାସ ଭିତରେ ଗ୍ରାମର ଲୋଚନ ଏଣ୍ତଜା ୭୦ ବର୍ଷ, ସୀମା ଏଣ୍ତଜା ୮ବର୍ଷ, ରାଜ କୁମାରୀ ତାଣ୍ତି ୫୦ବର୍ଷଙ୍କ ମୃତ୍ୟୁ ହୋଇଯାଇଛି। ଅପରପକ୍ଷରେ ଏବେ କୋଡିଏରୁ ଅଧିକ ଲୋକ ଜ୍ବରରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାତ ହେଉଛନ୍ତି। ଏଥିପାଇଁ କୌଣସି ସ୍ବତନ୍ତ୍ର ଡାକ୍ତରୀ ଦଳ ଆଜି ପର୍ୟ୍ୟନ୍ତ ହରଡାଟାଲ ଗାଁକୁ ଯାଇ ନଥିବା ବେଲେ କେବଳ ଜଣେ ଦୁଇ ଜଣ ଏଏନ୍ଏମ୍ ଗାଁକୁ ଯାଇ ଲୋକଙ୍କୁ ଔଷଧ ପତ୍ର ଦେଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ରାଜ କୁମାରୀ ତାଣ୍ତିଙ୍କ ପୁଅ ମୀନ କେତନ ତାଣ୍ତି ଓ ପାନାଲାଲ ନାୟକ କରିଛନ୍ତି ଯେ ତୁରନ୍ତ ସରକାର ଏହାର ନିରାକରଣ ନ କଲେ ଗ୍ରାମର ଆଉ ଅଧିକ ଜୀବନ ଯିବାର ସମ୍ଭାବନା ଦେଖା ଦେଇଛି । ହରଡାଟାଲ ଗ୍ରାମବାସୀ ମାନଙ୍କ ଠାରୁ ଏଭଳି ଗୁରୁତ୍ୱର ଅଭିଯୋଗ ପାଇବା ପରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବରଗଡ଼ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଟେଲି ଫୋନ ଯୋଗେ ସୂଚନା ଦେବା ସହ ତୁରନ୍ତ ଏକ ଡାକ୍ତରି ଦଳ ହରଡାଟାଲ ଗ୍ରାମକୁ ପଠାଇ ପାଇଁ ଅନୁରୋଧ କରିଛନ୍ତି। ଏବେ ମଧ୍ୟ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଲୋକ ଶୁକାନ୍ତ ଲାଲ ବରିହା, ଯଶୋବନ୍ତ ପୋଡ, ଅବିନାଶ ମାଝୀ, ବବିତା ଅମରୀ, ମହେନ୍ଦ୍ର ନାୟକ, ଦିନେଶ କମରିଆ, ଜୟଲାଲ ଏଣ୍ତଜା, ଯମୁନା ନାଏକ, ପାନାଲାଲ ନାୟକ, ଲେକୃ ନାୟକ, ପ୍ରଶାନ୍ତ ନାୟକ, ପପୁନ୍ଦର ବାଗ, ଗୋବିନ୍ଦ ବାଗ, ଗୋପାଳ ବାଗ, ମେନେଜର ତାଣ୍ତି ଆଦି ଗୁରୁତ୍ୱ ର ଅବସ୍ଥାରେ ଗାଁରେ ଅଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories